ଓଡିଶା

odisha

ETV Bharat / bharat

ମୁଜାଫରପୁର ସେଲଟର ହୋମ ମାମଲା: ଆଜି ହୋଇପାରେ ଦୋଷୀଙ୍କ ଦଣ୍ଡବିଧାନର ଶୁଣାଣି - ମୁଜାଫରପୁର ସେଲଟର ହୋମ

ଦିଲ୍ଲୀର ସାକେତ କୋର୍ଟ ଆଜି(ମଙ୍ଗଳବାର) ମୁଜାଫରପୁର ସେଲଟର ହୋମ ମାମଲାର 19 ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନର ଶୁଣାଣି କରିପାରନ୍ତି । ଅଧିକ ପଢନ୍ତୁ...

Saket court
ମୁଜାଫରପୁର ସେଲଟର ହୋମ ମାମଲା: ଆଜି ହୋଇପାରେ ଦୋଷୀଙ୍କ ଦଣ୍ଡବିଧାନର ଶୁଣାଣି

By

Published : Feb 4, 2020, 10:22 AM IST

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟ ଆଜି(ମଙ୍ଗଳବାର) ମୁଜାଫରପୁର ସେଲଟର ହୋମ ମାମଲାର 19 ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନର ଶୁଣାଣି କରିପାରନ୍ତି ।

ଗତ ଜାନୁଆରୀ 28 ତାରିଖରେ ଏହାର ଶୁଣାଣି ହେବାକୁ ଥିବାବେଳେ ସାକେତ କୋର୍ଟ ଜଜ୍‌ ଛୁଟିରେ ଥିବାରୁ ଏହା ହୋଇପାରିନଥିଲା । ଜାନୁଆରୀ 20 ତାରିଖରେ କୋର୍ଟ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସମେତ 19 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ 10 ଜଣଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ 9 ଜଣ ମହିଳାଙ୍କୁ ଅପରାଧିକ ଷଡଯନ୍ତ୍ର କରିବା ଲାଗି ଦୋଷୀ ଦର୍ଶାଇଥିଲେ କୋର୍ଟ । ଏହାସହ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ କୋର୍ଟ ।

ଗତବର୍ଷ ଫେବୃଆରୀ 25 ତାରିଖରୁ ଏହାର ଶୁଣାଣି ହୋଇଥିଲା। କୋର୍ଟ ଜାନୁଆରୀ 20 ତାରିଖରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ସେମାନଙ୍କର ଦଣ୍ଡବିଧାନର ଶୁଣାଣି ହେବ ବୋଲି କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details