ଓଡିଶା

odisha

ETV Bharat / bharat

ବ୍ରିଟେନ ସମ୍ଭାଳିବେ ପାକ୍ ବସ ଡ୍ରାଇଭରଙ୍କ ପୁଅ !

ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ନିଜ ପଦବୀରୁ ଓହରିବା ନେଇ ଘୋଷଣା କରିଛନ୍ତି । ଏହାପରେ ପିଏମ ପଦରେ କିଏ ବସିବ, ତାକୁ ନେଇ ଚାଲିଛି ରେସ୍ । ଏହି ରେସ୍‌ରେ ସାମିଲ ହୋଇଛନ୍ତି ପାକିସ୍ତାନର ଜଣେ ବସ୍ ଡ୍ରାଇଭରଙ୍କ ପୁଅ ।

By

Published : May 28, 2019, 11:20 PM IST

ଫାଇଲ ଫଟୋ


ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ପାକିସ୍ତାନର ଜଣେ ବସ୍ ଡ୍ରାଇଭରଙ୍କ ପୁଅ । ବ୍ରିଟେନର ଗୃହମନ୍ତ୍ରୀ ଥିବା ସାଜିଦ୍‌ ଜାଭିଦ ଏବେ ପ୍ରଧାନମନ୍ତ୍ରୀ ରେସରେ ସାମିଲ ହୋଇଛନ୍ତି । ଏନେଇ ସାଜିଦ ଟ୍ବିଟ୍ କରି ଜଣାଇଛନ୍ତି ।

ସେ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବେ ଛିଡା ହେଉଥିବା କଥା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତ୍ତମାନ ବିଟ୍ରେନ ପ୍ରଧାମନ୍ତ୍ରୀ ଥିବା ଥେରେସା ମେ ଆସନ୍ତା 7 ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ନେଇ ଘୋଷଣା କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ରେସରେ ନିଜକୁ ସାମିଲ କରିବାକୁ ଯାଉଛନ୍ତି ସାଜିଦ୍ ।

ଫଟୋ ସୌଜନ୍ୟ: ଟ୍ବିଟର@sajidjavid

ତେବେ ଭାରତ-ପାକିସ୍ତାନ ସହ ସାଜିଦଙ୍କ ରହିଛି ସମ୍ପର୍କ । ତାଙ୍କ ବାପା ଜଣେ ଭାରତୀୟ ହୋଇଥିବାବେଳେ ମା ପାକିସ୍ତାନୀ । ସ୍ବାଧୀନତା ପରେ ସେମାନେ ପାକିସ୍ତାନକୁ ଚାଲିଯାଇଥିଲେ । ସେଠାରେ ସେ ବସ୍ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ପରେ 1960 ଦଶକରେ ତାଙ୍କ ପରିବାର ବ୍ରିଟେନକୁ ଚାଲିଯାଇଥିଲେ । ସେଠାରୁ ହିଁ ତାଙ୍କ ବାପା ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସାଜିଦ ଅନେକ ସମୟରେ ନିଜ ବାପାଙ୍କ ସଂଘର୍ଷମୟ ଜୀବନର ଉଦାହରଣ ଦେଇଥାନ୍ତି ।

ABOUT THE AUTHOR

...view details