ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ବଡ ସଫଳତା । ବାରମୂଳା ଅଞ୍ଚଳରୁ 19 ବର୍ଷୀୟ ସାଜିଦ ଫାରୁକ ଡର ନାମକ ଏକ ଆତଙ୍କୀକୁ ଗିରଫ କରିଛି ପୋଲିସ । ସେ ଲସ୍କର-ଏ-ତୋଇବା ପାଇଁ କାମ କରୁଥିବା ଜଣାପଡିଛି । ଏନେଇ ଜାମ୍ମୁ-କାଶ୍ମୀର ପୋଲିସ ଟ୍ବିଟ କରି ଜଣାଇଛି ।
ଲସ୍କର-ଏ-ତୋଇବାର ଆତଙ୍କୀ ଗିରଫ - ଲଶ୍କର-ତୈଇବାର ଏକ ଆତଙ୍କୀ ଗରିଫ
ଜମ୍ମୁ-କାଶ୍ମୀରର ବାରମୂଳା ଅଞ୍ଚଳରୁ ଲସ୍କର-ଏ-ତୋଇବାର ଏକ ଆତଙ୍କୀ ଗିରଫ । 19 ବର୍ଷୀୟ ସାଜିଦ ଫାରୁକ ଡର ନାମକ ଏକ ଆତଙ୍କୀକୁ ଗିରଫ କରିଛି ପୋଲିସ ।
ଲସ୍କର-ଏ-ତୋଇବାର ଆତଙ୍କୀ ଗରିଫ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସେନା ଜୈଶ-ଏ-ମହମ୍ମଦର କାରୀ ୟାସିର ସମେତ 3 ଆତଙ୍କୀ ଧରାପଡିଥିଲେ । ୟାସିର ନାମକ ଏହି ଆତଙ୍କୀ ପୁଲୱାମା ଆକ୍ରମଣରେ ସାମିଲ ଥିଲା । ଏହି ଆକ୍ରମଣରେ ଭାରତୀୟ ସେନାର 40 ସିଆରପିଏଫ ଯବାନ ଶହୀଦ ହୋଇଥିଲେ ।
ଅନ୍ୟପଟେ, କିଛି ଦିନ ତଳେ ତ୍ରାଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଆତଙ୍କୀ ନିପାତ ହୋଇଥିଲେ । ଏହା ସହ ଗତକାଲି ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କୀଙ୍କୁ ନିହତ କରିଥିଲେ ଭାରତୀୟ ସେନାବଳ ।
Last Updated : Jan 28, 2020, 10:43 AM IST