ଓଡିଶା

odisha

ETV Bharat / bharat

ଏଲଏସି ହିଂସା: ଚୀନର କାର୍ଯ୍ୟକୁ ଦୃଢ ନିନ୍ଦା କଲା ସନ୍ଥ ସମାଜ - ଏଲଏସି ହିଂସା

ଭାରତ-ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଶହୀଦ ହୋଇଥିବା 20ଜଣ ଭାରତୀୟ ଯବାନଙ୍କ ବଳିଦାନକୁ ସାରା ଦେଶ ଶୋକ ପ୍ରକାଶ କରୁଥିବା ବେଳେ ସନ୍ଥ ସମାଜ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି । ଅଧିକ ପଢନ୍ତୁ...

saint-society-demands-strict-action-against-china
ଏଲଏସି ହିଂସା: ଚୀନର କାର୍ଯ୍ୟକୁ ଦୃଢ ନିନ୍ଦା କଲା ସନ୍ଥ ସମାଜ

By

Published : Jun 19, 2020, 8:56 AM IST

ଡେରାଡୁନ: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ଭାରତ-ଚୀନ ମଧ୍ୟରେ ଗତ 5 ସପ୍ତାହ ଧରି ଚାଲିଥିବା ବିବାଦ ଏବେ ହିଂସାତ୍ମକ ରୂପ ନେଇଛି । ସୋମବାର ରାତିରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର କର୍ଣ୍ଣେଲଙ୍କ ସମେତ 20 ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଏହି ହିଂସାତ୍ମକ ଯୁଦ୍ଧରେ ଶହୀଦ ହୋଇଥିବା 20ଜଣ ଭାରତୀୟ ଯବାନଙ୍କ ବଳିଦାନକୁ ସାରା ଦେଶ ଶୋକ ପ୍ରକାଶ କରୁଥିବା ବେଳେ ସନ୍ଥ ସମାଜ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି ।

ଜୁନା ଅଖାଡାରେ ସାଧୁମାନେ ଶହୀଦମାନଙ୍କ ଆତ୍ମାର ଶାନ୍ତି ପାଇଁ ସିଦ୍ଧପାଠ ମାୟାଦେବୀ ମନ୍ଦିରରେ ଶାନ୍ତି ଯଜ୍ଞର ଆୟୋଜନ କରିଛନ୍ତି । ସେହିପରି ହରିଦ୍ୱାରର ଅନ୍ୟ ସାଧୁମାନେ ଏଭଳି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି । ଏଥିସହିତ ସାଧୁମାନେ ଚେତାବନୀ ଦେଇଛନ୍ତି ଯେ, ଭାରତ ଇଟାର ଜବାବ ପଥରରେ ଦେବା ଜାଣିଛି ।

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଖାଡା ପରିଷଦର ଜାତୀୟ ସାଧାରଣ ସମ୍ପାଦକ ହରି ଗିରି କହିଛନ୍ତି ଯେ, ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜୁନା ଅଖାଡାରେ ଥିବା ମାୟା ଦେବୀ ମନ୍ଦିରରେ ଏହି ଯଜ୍ଞ ଆୟୋଜିତ ହୋଇଛି ଏବଂ ମୌନ ବ୍ରତ ରଖାଯାଇଛି। ସେ କହିଛନ୍ତି ଯେ ଚୀନ ଏପରି କରିବ, ଏହା ଚିନ୍ତା କରାଯାଇନଥିଲା । ଏହା ସହିତ କେନ୍ଦ୍ର ସରକାରଙ୍କୁ ଶହୀଦଙ୍କ ପରିବାରକୁ 1 କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ସରକାରୀ ଚାକିରି ଦେବାକୁ ଦାବି କରିଛନ୍ତି ।

ଏଥି ସହିତ ଶ୍ରୀପଞ୍ଚାୟତୀ ବଡ ଅଖାଡାର ମହନ୍ତ ଦୁର୍ଗା ଦାସ ଚୀନର ଆକ୍ରମଣକୁ ନିନ୍ଦା କରିଥିବାବେଳେ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ଦେଶ ଭାରତ ସୀମାରେ ଆକ୍ରମଣ କରେ, ତେବେ ଦେଶର ସମସ୍ତ ସାଧୁ ସମାଜ ଭାରତ ସହିତ ଛିଡା ହୋଇଛି । ସେ କହିଛନ୍ତି ଯେ ଆମର ଯବାନମାନେ ଇଟାର ଜବାବ ପଥରରେ ଦେବା ଜାଣିଛନ୍ତି । ବର୍ତ୍ତମାନ ଚୀନ ଉଚିତ୍ ଜବାବ ଦେବାର ସମୟ ଆବଶ୍ୟକ ଅଛି ।

For All Latest Updates

ABOUT THE AUTHOR

...view details