ଓଡିଶା

odisha

ETV Bharat / bharat

ବିଜେପିରେ ଯୋଗ ଦେଲେ ସାଇନା ନେହୱାଲ - ସାଇନା ନେହୱାଲ

ବିଜେପିରେ ଯୋଗ ଦେଲେ ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ। ଅଧିକ ପଢନ୍ତୁ...

Saina Nehwal
ସାଇନା ନେହୱାଲ

By

Published : Jan 29, 2020, 1:02 PM IST

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ଦେଶର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ। ବ୍ୟାଡମିଣ୍ଟନ ଜଗତରେ ଆଧିପତ୍ୟ ବିସ୍ତାର କରିଥିବା ସାଇନା ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ବୁଧବାର ଔପଚାରିକ ରୂପେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ସାଇନାଙ୍କ ସହ ତାଙ୍କ ଉଉଣୀ ଚନ୍ଦ୍ରାଶୁଂ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଉଭୟେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଡ.ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିର ସାମିଲ ହୋଇଛନ୍ତି।

ସାଇନା ନେହୱାଲ

ବିଜେପିରେ ଯୋଗ ଦେବାପରେ ସାଇନା ଖୁସି ବ୍ୟକ୍ତ କରି କହିଛନ୍ତି, 'ଦେଶ ପାଇଁ ବଲ କାର୍ଯ୍ୟ କରୁଥିବା ଦଳରେ ମିଶି ମୁଁ ବହୁତ ଖୁସୀ । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ମୋତେ ପ୍ରେରଣା ମିଳେ । ମୋଦି ଅନେକ ପରିଶ୍ରମ କରନ୍ତି, ତାଙ୍କ ସହ କାମ କରିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସୀ । ମୋଦି ଖେଳକୁ ଅନେକ ପ୍ରତ୍ସାହନା ଦିଅନ୍ତି । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୋଦି ବହୁତ ଭଲ କାମ କରିଛନ୍ତି ।'

ସାଇନା ନେହୱାଲଙ୍କ ଜନ୍ମ 1990 ମସିହା ମାର୍ଚ୍ଚ 19 ତାରିଖରେ ହରିୟାଣାର ହିସାରରେ ହୋଇଥିଲା। ସେ ୱାର୍ଲ୍ଡ ବ୍ୟାଡମିଣ୍ଟନ ରାଙ୍କିଂରେ 2015ରେ 1ନଂ ବ୍ୟାଡମିଣ୍ଟନ୍‌ ଖେଳାଳି ଭାବେ ଖ୍ୟାତି ଅର୍ଜନ କରିଥିଲେ। ଏଠାରେ ପହଞ୍ଚିଥିବାରେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ହେଉଛନ୍ତି ସେ। ଏହା ବ୍ୟତୀତ ସାଇନା ଅଲମ୍ପିକରେ ୩ ଥର ଦେଶକୁ ପ୍ରତିନିଧିତ୍ବ କରିଥିଲେ। ୧୧ଟି ସୁପର ସିରିଜ ଟାଇଟଲ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି ସେ।

ସାଇନା ବ୍ୟାଡମିଣ୍ଟନ ଜଗତରେ ଜଣେ ଚର୍ଚ୍ଚିତ ଚେହେରା। ସେ ବିଜେପି ପାଇଁ ବଡ ଚେହେରା ପାଲଟି ପାରନ୍ତି। ତାଙ୍କ ପୂର୍ବରୁ ଅନେକ ଖେଳାଳି ପଦ୍ମ ଧରି ସାରିଛନ୍ତି।ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ ଏବଂ ବବିତା ଫୋଗତ।

ABOUT THE AUTHOR

...view details