ଓଡିଶା

odisha

'ଫନି' ପରେ ବିଦ୍ୟୁତ ବିତ୍ପାତ: ୧୫ ହଜାର ବିଦ୍ୟୁତ ଖୁଣ୍ଟି ଦେବ 'ସେଲ'

By

Published : May 8, 2019, 12:12 PM IST

'ଫନି' ଯୋଗୁଁ ଓଡିଶାର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି । ହଜାର ହଜାର ବିଦ୍ୟୁତ ଖୁଣ୍ଟି ଆବଶ୍ୟକ ହୋଇପଡିଛି ବିଦ୍ୟୁତ ଭିତ୍ତିଭୂମିର ସଜାଡିବା ପାଇଁ । ଏଭଳି ପରିସ୍ଥିତିରେ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀ 'ସେଲ୍' ଯୁଦ୍ଧକାଳୀନ ଭିତ୍ତିରେ ଓଡିଶା ପାଇଁ ପରିଶ୍ରମ କରି ଅତି ଶୀଘ୍ର ୧୫ ହଜାର ବିଦ୍ୟୁତ ଖୁଣ୍ଟ ଯୋଗାଇବା ପାଇଁ କହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: 'ଫନି' ଯୋଗୁଁ ଓଡିଶାର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି । ସ୍ଥିତି ସୁଧାରିବା ପାଇଁ ଦରକାର ହେଉଛି ଆବଶ୍ୟକୀୟ ବିଦ୍ୟୁତ ଉପକରଣ । ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ବିଦ୍ୟୁତ ବିଭାଗ । ହଜାର ହଜାର ବିଦ୍ୟୁତ ଖୁଣ୍ଟି ଆବଶ୍ୟକ ହୋଇପଡିଛି ବିଦ୍ୟୁତ ଭିତ୍ତିଭୂମିର ସଜାଡିବା ପାଇଁ । ଏଭଳି ପରିସ୍ଥିତିରେ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି 'ସେଲ୍' ଯୁଦ୍ଧକାଳୀନ ଭିତ୍ତିରେ ଓଡିଶା ପାଇଁ ପରିଶ୍ରମ କରି ଅତି ଶୀଘ୍ର ୧୫ ହଜାର ବିଦ୍ୟୁତ ଖୁଣ୍ଟ ଯୋଗାଇ ପାଇଁ କହିଛି ।


ସେଲ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମେ' ପାଞ୍ଚ ତାରିଖରେ 500 (WPB-160)ବିଦ୍ୟୁତ ଖୁଣ୍ଟ ପ୍ରଦାନ କରିଛି । ଏହାସହ ଆଉ 5ହଜାର ବିଦ୍ୟୁତ ଖୁଣ୍ଟ ବାତ୍ୟା ପ୍ରଭାବିତ ଅଞ୍ଚଳକକୁ ପଠାଇ ଦେଇଥିବା ସୂଚନା ରହିଛି । ଖୁବଶୀଘ୍ର ବଳକା ବିଦ୍ୟୁତ ଖୁଣ୍ଟି ପଠାଇ ଦିଆଯିବ ବୋଲି କହିଛି କମ୍ପାନୀ ।

ଓଡିଶାକୁ ଆବଶ୍ୟକ ପରିମାଣର ବିଦ୍ୟୁତ ଖୁଣ୍ଟି ଖୁବଶୀଘ୍ର ପଠାଇବା ପାଇଁ ସେଲ୍‌ ଦେଶରେ ଥିବା ନିଜର ବିଭିନ୍ନ କମ୍ପାନୀର ଉତ୍ପାଦନକୁ ସଂଗଠିତ କରିବାରେ ଲାଗିଛି ।

ଏଠାରେ ସୂଚନା ଯୋଗ୍ୟ ଯେ 'ଫନି' ବାତ୍ୟା ଯିବାର 5ଦିନ ବିତିଗଲାଣି ତଥାପି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଯୋଗାଣ ଶୋଚନୀୟ ଅବସ୍ଥାରେ । ପୁରୀ, ଭୁବନେଶ୍ବରରେ ସ୍ଥିତି ଜଟିଳ । ବିଦ୍ୟୁତ ଭିତ୍ତି ଭୂମି ସଜାଡିବା ପାଇଁ ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନାରୁ କୁଶଳୀ କାରିଗର ମଗାଉଛି ଓଡିଶା । ଏହାସହ ଆବଶ୍ୟକୀୟ ବିଦ୍ୟୁତ ଉପକରଣ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ରହିଛି ଓଡିଶା । ଗତକାଲି ତେଲେଙ୍ଗାନା ସରକାର 1000 ବିଦ୍ୟୁତ କର୍ମଚାରୀଙ୍କୁ ଓଡିଶା ପଠାଇଛନ୍ତି ।

ABOUT THE AUTHOR

...view details