ଓଡିଶା

odisha

ETV Bharat / bharat

ଘାଟିରେ ଶାନ୍ତି ଆଣିବେ ଗଣପତି ! - ganesh chaturthi

କାଶ୍ମୀରକୁ ଗଣପତି ସାହା । ବର୍ତ୍ତମାନର ଯୁଦ୍ଧାକାଳୀନ ପରିସ୍ଥିତିରେ ସୀମାରେ ଶାନ୍ତି ଫେରାଇବା ଚଳିତ ବର୍ଷ ଗଣେଷ ଚତୁର୍ଥୀରେ ବଡର୍ରରେ ପୂଜାପାଇବେ ବାପ୍ପା।

ଡିଜାଇନ ଫଟୋ

By

Published : Aug 27, 2019, 6:45 PM IST

Updated : Aug 27, 2019, 7:38 PM IST

ମୁମ୍ବାଇ: ଜମ୍ମୁ କାଶ୍ମୀରରୁ ଧାରା 370 ହଟିବା ପରେ ଘାଟିରେ ଫେରୁନି ଶାନ୍ତି। ପ୍ରତ୍ୟେକ ଦିନ ସୀମାରେ ଅଶାନ୍ତି ଲାଗି ରହିବା ସହ ଜନଜୀବନ ବ୍ୟସ୍ତବିବ୍ରତ ହୋଇଗଲାଣି । ତେବେ ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଗଣପତିଙ୍କ ଶୁଭଦୃଷ୍ଟି ଆଣିବାକୁ ମୁମ୍ବାଇର ଜଣେ ମହିଳା ଏକ ଗଣେଷ ମୂର୍ତ୍ତି ନେଇ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି।

ତେବେ ଆଗକୁ ଅଛି ଗଣେଷ ଚତୁର୍ଥୀ। ଏହି ଅବସରରେ ମହିଳା ଜଣକ ଏକ 6.5 ଫୁଟ ଲମ୍ବର ଗଣେଶ ନେଇଛନ୍ତି । ଯାହାକୁ ଭାରତ ପାକିସ୍ତାନ ସୀମାରେ ଅବସ୍ଥାପିତ କରାଯିବ। ଏହା ପୂର୍ବରୁ ପୁଞ୍ଚ ଜିଲ୍ଲାର କିରଣ ଇସାର ନାମକ ଜଣେ ବ୍ୟକ୍ତି ଦୀର୍ଘ 3 ବର୍ଷ ଧରି ଭାରତ ପାକିସ୍ତାନ ସୀମାରେ ଗଣେଷ ମୂର୍ତ୍ତି ସ୍ଥାପନ କରିଛନ୍ତି।

ମହିଳା ଜଣକ କହିବା ଅନୁସାରେ, ସୀମାରେ ବିବାଦ ଥମୁନି। ଯବାନ ମାନଙ୍କୁ ଶକ୍ତି ଓ ମାନସିକ ଶାନ୍ତି ପାଇଁ ସେଠାରେ 10 ଦିନ ପର୍ଯ୍ୟନ୍ତ ଗଣେଷ ମୂର୍ତ୍ତି ସ୍ଥାପନ କରାଯିବ। ଗଣେଷଙ୍କ ମୂର୍ତ୍ତି ଜମ୍ମୁକାଶ୍ମୀର ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଧ୍ୟର ବାର୍ତ୍ତା ଦେବ ବୋଲି କିରଣ ଇସାର କହିଛନ୍ତି।

ବର୍ତ୍ତମାନ କିରଣ ଗଣେଷ ମୂର୍ତ୍ତି ନେଇ ଜମ୍ମୁ ଅଭିମୁଖେ ବାହାରି ସାରିଛନ୍ତି। ସେ ଆସନ୍ତାକାଲି ପହଞ୍ଚି ଯିବେ ବୋଲି ଆଶା କରାଯାଉଛି। ମୂର୍ତ୍ତିକୁ ସ୍ବରାଜ ଏକ୍ସପ୍ରେସରେ ନିଆଯାଇଛି। ଚଳିତ ବର୍ଷର ଗଣେଷ ଚତୁର୍ଥୀକୁ ଜମ୍ମୁ ବାସିନ୍ଦାଙ୍କ ଦ୍ବାରା ପ୍ରବଳ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯିବ। ଏହାସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଜନର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Last Updated : Aug 27, 2019, 7:38 PM IST

ABOUT THE AUTHOR

...view details