ଲକ୍ଷ୍ନୌ: ବାବ୍ରି ମସଜିଦ ଭାଙ୍ଗିବା ପାଇଁ ହୋଇଥିବା ଷଡଯନ୍ତ୍ର ମାମଲାରେ ସେ ଦୋଷୀ ନଥିବା ଦାବି କରିଛନ୍ତି ରାମ ମନ୍ଦିର ଆନ୍ଦୋଳନର ଜଣେ ବରିଷ୍ଠ ନେତା ସାଧବୀ ରିଥାମ୍ବରା । ସୋମବାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇ ସେ ଏଭଳି କହିଛନ୍ତି ।
'ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ମୁଁ ଦୋଷୀ ନୁହେଁ' - ବାବ୍ରି ମସଜିଦ
ବାବ୍ରି ମସଜିଦ ଭାଙ୍ଗିବା ପାଇଁ ହୋଇଥିବା ଷଡଯନ୍ତ୍ର ମାମଲାରେ ସେ ଦୋଷୀ ନଥିବା ଦାବି କରିଛନ୍ତି ରାମ ମନ୍ଦିର ଆନ୍ଦୋଳନର ଜଣେ ବରିଷ୍ଠ ନେତା ସାଧବୀ ରିଥାମ୍ବରା ।
!['ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ମୁଁ ଦୋଷୀ ନୁହେଁ' 'ବାବ୍ରି ମସଜିଦ](https://etvbharatimages.akamaized.net/etvbharat/prod-images/768-512-04:35:08:1593428708-babrikb-2906newsroom-1593428693-253.jpg)
ସାଧବୀ କହିଛନ୍ତି, ସେହି ସମୟରେ ଏକ ଜାତୀୟ ଆନ୍ଦୋଳନ ଗଠନ ହୋଇଥିଲା । ଲୋକମାନେ ନିଜକୁ ମାନସିକ ଦାସତ୍ୱରୁ ମୁକ୍ତ କରିବାକୁ ଚାହୁଁଥିଲେ । ଯାହା ଫଳରେ ମସଜିଦ ଭାଙ୍ଗି ଯାଇଥିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ରାସ୍ତା ସଫା କରିଛନ୍ତି। ସିବିଆଇ ଅଦାଲତ ଏହା ମନେ ରଖିବା ଉଚିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବାବ୍ରି ମସଜିଦ ଭାଙ୍ଗିବା ପାଇଁ ହୋଇଥିବା ଷଡଯନ୍ତ୍ର ମାମଲାର ଶୁଣାଣି ଶେଷ କରିବାକୁ ଆସନ୍ତା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଗଷ୍ଟ ଶେଷ ସୁଦ୍ଧା ଏହି ମାମଲା ଶେଷ କରିବା ଉଚିତ ଏବଂ ଏହାର ରାୟ ଦେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଥିଲେ । ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ, ଏମଏମ ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂ ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ମାମଲା ଚାଲିଛି ।