ଓଡିଶା

odisha

ETV Bharat / bharat

ପ୍ରଚାର ଶେଷ ଦିନରେ ‘ଦେଶଭକ୍ତ’ ନିଆଁ ଲଗାଇଲେ ସାଧ୍ବୀ, ମୁଁହ ଫେରାଇଲା ଦଳ - apologize

ନାଥୁରାମ ଗଡସେଙ୍କୁ ନେଇ କମଲ ହାସନଙ୍କ ପରେ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନ । ମାଥୁରାମଙ୍କୁ କମଲ କହିଥିଲେ ପ୍ରଥମ ହିନ୍ଦୁ ଆତଙ୍କବାଦୀ । ସାଧ୍ବୀ କହିଲେ ଦେଶଭକ୍ତ ଥିଲେ, ଅଛନ୍ତି ଓ ରହିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@ANI

By

Published : May 16, 2019, 6:34 PM IST

ଭୋପଳ: ଭୋପାଳ ଲୋସଭା ଆସନ ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ନିର୍ବାଚନ ଶେଷ ଦିନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।ଯାହା ନିର୍ବାଚନୀ ମାହୋଲକୁ ଆହୁରି ସରଗରମ କରି ଦେଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଜ୍ଞା ଦେଶଭକ୍ତ ବୋଲି କହିଛନ୍ତି । ତେବେ ସାଧ୍ବୀଙ୍କ ମନ୍ତବ୍ୟକୁ ସମର୍ଥନ କରିନି ଦଳ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@ANI

ପୂର୍ବରୁ ଅଭିନେତା କମଲ ହାସନ ନାଥୁରାମଙ୍କୁ ଆତଙ୍କବାଦୀ କହିଥିଲେ । ଆଜି (ଗୁରୁବାର) ଏହାର ପ୍ରତିକ୍ରିୟାରେ ସାଧ୍ବୀ କହିଛନ୍ତି, ନାଥୁରାମ ଦେଶଭକ୍ତ ଥିଲେ, ଅଛନ୍ତି ଆଉ ରହିବେ । ଯିଏ ତାଙ୍କୁ ଆତଙ୍କବାଦୀ କହୁଛି ସେ ନିଜକୁ ଦେଖିବା ଉଚିତ, ଏମିତି ଲୋକଙ୍କୁ ଭୋଟର ଇଭିଏମ ଦବାଇ ନିର୍ବାଚନରେ ଜବାବ ଦେବେ ।

ସୂଚନା ଯୋଗ୍ୟ ଯେ, କମଲ ହାସନ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ । ଯାହାପରେ ରାଜନୈତିକ ପାଣିପାଗ ଗରମ ହୋଇଉଠିଥିଲା । ଏବେ ସାଧ୍ବୀଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି । ଆଉ ବିରୋଧୀଙ୍କୁ ବିଜେପିକୁ ଟାର୍ଗେଟ କରିବା ପାଇଁ ଏବେ ଯୋମିତି ସୁଯୋଗ ମିଳିଯାଇଛି ।

ସେପଟେ ଦଳ ପକ୍ଷରୁ ସାଧ୍ୱୀଙ୍କ ଏହି ବୟାନକୁ ଘୋର ନିନ୍ଦା କରାଯାଇଛି । ଆମେ ସାଧ୍ବୀଙ୍କ ବୟାନକୁ ସମର୍ଥନ କରୁନାହୁଁ । ଏନେଇ ଦଳ ପ୍ରଜ୍ଞାଙ୍କୁ ସ୍ପଷ୍ଟୀକରଣ ମାଗିବ ବୋଲି ସୂଚନା ମିଳିଛି । ସେ ତାଙ୍କ ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ଜିଭିଏଲ ନରସିମହା ରାଓ ।

ABOUT THE AUTHOR

...view details