ଓଡିଶା

odisha

ETV Bharat / bharat

ସାଧ୍ବୀଙ୍କ ଅଭିଶାପରେ ଶହୀଦ ହୋଇଥିଲେ ହେମନ୍ତ କରକରେ !

ମୋ ଅଭିଶାପ ଯୋଗୁଁ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଛି ବୋଲି ଏକ ନିର୍ବାଚନୀ ସଭାରେ କହିଛନ୍ତି ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା । ମୁମ୍ବାଇ 26/11 ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ କରକରେ । ତେବେ ସାଧ୍ବୀଙ୍କ ଏହି ମନ୍ତବ୍ୟ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ କମିଶନର ।

By

Published : Apr 19, 2019, 7:52 PM IST

Updated : Apr 19, 2019, 9:46 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଚଳିତ ନର୍ବାଚନରେ ଭୋପାଳ ଲୋକସଭା ଆସନରୁ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ନିଜ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ଟକ୍କର ଦେବେ ସେ । ଯାହାପରେ ଏହି ଆସନ ବର୍ତ୍ତମାନ ହଟ ସିଟରେ ପରିବର୍ତ୍ତିତ ହୋଇଯାଇଛି । ଅନ୍ୟପକ୍ଷେ ସାଧ୍ବୀଙ୍କ ଏକ ବିବାଦୀୟ ମନ୍ତବ୍ୟ ଯୋଗୁଁ ବିଜେପିକୁ ସମାଲୋଚନାର ଶିକାର ହେବାକୁ ପଡିଛି । ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ଶହୀଦ ଏଟିଏସ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପ୍ରଜ୍ଞା ଠାକୁର ।

ପଢନ୍ତୁ: ଏନଡି ତିୱାରୀଙ୍କ ପୁଅ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ଶ୍ବାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

ମୋ ଅଭିଶାପ ଯୋଗୁଁ ହେମନ୍ତ କରକରେଙ୍କ ମୃତ୍ୟୁ ହୋଇଛି ବୋଲି ଏକ ନିର୍ବାଚନୀ ସଭାରେ ସାଧ୍ବୀ କହିଛନ୍ତି । ଶହୀଦ କରକରେଙ୍କୁ ୨୦୦୯ରେ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା । ସେ ୨୦୦୬ ମାଲେଗାଁଓ ବୋମା ବିସ୍ଫୋରଣର ତଦନ୍ତ ମଧ୍ୟ କରିଥିଲେ । ଏହି ମାମଲାରେ ସେ ସାଧ୍ବୀ ଠାକୁରଙ୍କୁ ଜେରା କରିଥିଲେ ।

ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ପ୍ରଜ୍ଞା ଠାକୁର ବର୍ତ୍ତମାନ ଜାମିନରେ ଆସିଛନ୍ତି । ସାଧ୍ବୀ କହିଛନ୍ତି ଯେ ମୋତେ ଜେରା କରିବା ପାଇଁ କରକରେ ମୁମ୍ବାଇ ଡାକିଥିଲେ । ମୁଁ ସେହି ସମୟରେ ମୁମ୍ବାଇ ଜେଲରେ ବନ୍ଦୀ ଥିଲି । କରକରେଙ୍କୁ କୁହାଯାଇଥିଲା ଯେ ସାଧ୍ବୀଙ୍କୁ ଛାଡି ଦିଅ କିନ୍ତୁ ସେ ମୋ ବିରୋଧରେ ପ୍ରମାଣ ଆଣିବା କଥା କହିବା ସହ ମୋତେ ଛାଡିବାକୁ ମନା କରିଦେଇଥିଲେ ବୋଲି ସାଧ୍ବୀ କହିଛନ୍ତି ।

ଏହା ତାଙ୍କ ଧର୍ମ ବିରୁଦ୍ଧ ଥିବାସହ କୁଟିଳତା ଥିଲା । ସେ ବହୁତ ଯନ୍ତ୍ରଣା ଦେବା ସହ ଗାଲିଗୁଲଜ ମଧ୍ୟ କରୁଥିଲେ । ସେହି ସମୟରେ ହିଁ ଅତିଷ୍ଠ ହୋଇ ତାଙ୍କର ସର୍ବନାଶ ହେବା ନେଇ କହିଥିଲେ ସାଧ୍ବୀ । ଏହାର ଠିକ ଦେଢ ମାସ ପରେ ତାଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ ବୋଲି ସାଧ୍ବୀ ପ୍ରଜ୍ଞା କହିଛନ୍ତି ।

ସେପଟେ ସାଧ୍ବୀଙ୍କ ଏହି ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ହୋଇପାରେ । ନିର୍ବାଚନ ଆୟୋଗ ସାଧ୍ବୀଙ୍କ ବୟାନର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ କମିଶନର ଏହି ମାମଲାରେ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

Last Updated : Apr 19, 2019, 9:46 PM IST

ABOUT THE AUTHOR

...view details