ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ । ପ୍ରଜ୍ଞାଙ୍କୁ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ସତ୍ତ୍ବେ ପୁଣି ପ୍ରଚାର କରିଥିବାରୁ ଏହି ନୋଟିସ ପଠାଯାଇଛି । ଏଥିସହ ନିର୍ବାଚନ ଆୟୋଗ ସାଧ୍ବୀ ପ୍ରଜ୍ଞାଙ୍କୁ ଏନେଇ ଜବାବ୍ ମାଗିଛନ୍ତି ।
ସ୍ବାଧୀ ପ୍ରଜ୍ଞାଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ
ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ସତ୍ତ୍ବେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ପୁଣି ପ୍ରଚାର କରିଥିବାରୁ ନିର୍ବାଚନ ଆୟୋଗ ଏହି ନୋଟିସ ପଠାଇଛନ୍ତି ।
ସୂଚନା ଅନୁଯାୟୀ, ଆର୍ଦଶ ଆଚରଣ ବିଦ୍ଧି ଉଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ ଭୋପାଳର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କୁ ତିନିଦିନ ପ୍ରଚାର ଉପରେ ରୋକ ଲଗାଇଥିଲେ । ତେବେ ସାଧ୍ବୀ ପ୍ରଜ୍ଞା ଠାକୁର ବାବ୍ରୀ ମସଜୀଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ବାବରୀ ମସଜୀଦ ଭାଙ୍ଗିବା ଏକ ଗର୍ବର କଥା । ତେବେ ଏହାକୁ ନେଇ ଏହି ମାମଲା ରୁଜୁ ହୋଇଥିଲା ।
ତେବେ ଏକ ସ୍ୱତନ୍ତ୍ର ଗଣମାଧ୍ୟମକୁ ସାକ୍ଷାତକାର କରି ପ୍ରଜ୍ଞା କହିଥିଲେ କି, ସେ ବାବ୍ରୀ ମସଜିଦ ଉପରେ ଚଢି ମସଜିଦ୍କୁ ଭାଙ୍ଗିବାରେ ସାହାଯ୍ୟ କରିଥିଲେ । ଏଥିସହ ସେ କହିଥିଲେ, ବାବ୍ରୀ ମସଜିଦ ସ୍ଥାନରେ ରାମମନ୍ଦିର ହେବା ଉଚିତ୍ ।