ଲକ୍ଷ୍ନୌ: ଦେଶରେ ବାରମ୍ବାର ସାଧୁଙ୍କୁ ହତ୍ୟା ଖବର ସାମ୍ନାକୁ ଆସୁଛି । ସାଧୁଙ୍କ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ଅସାମାଜିକ ବ୍ୟକ୍ତି । ଏପରିସ୍ଥିତିରେ ଉତ୍ତରପ୍ରଦେଶର ବରେଲୀରେ ଜଣେ ନାଗା ସାଧୁ ତଥା ମନ୍ଦିରର ପୁଜାରୀଙ୍କୁ ପିଟିପିଟି ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ହୋଇଥିବା ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଜାରି ରଖିଛି ।
ଅଳିଆଗଦାରେ ପଡିଥିବା ମୃତଦେହକୁ ପୋଲିସ ଛାନଭିନ କରୁଥିବା ଏହି ଦୃଶ୍ୟ ଶାହୀ ହଳଦୀକଳା ଗାଁର । ଏହି ଦୃଶ୍ୟକୁ ଦେଖିଲେ କୌଣସି ବି ଲୋକର ଛାତି ଥରି ଉଠିବ । ଏହି ଗାଁର ଜଣେ ପୁଜାରୀଙ୍କୁ ପିଟିପିଟି ହତ୍ୟା କରିଦିଯାଇଛି । ନାଗା ସାଧୁ ସୁରଜଗିରି ଏଠାରେ ଏକ ପ୍ରାଚୀନ ମନ୍ଦିରରେ ଦୀର୍ଘ 25 ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଥିଲେ । ଶନିବାର ବିଳମ୍ବିତ ରାତିରେ କିଛି ପିଲା ପୋଲିସ ଓ ଆର୍ମି ପରୀକ୍ଷା ପାଇଁ ଏଠାରେ ପ୍ରସ୍ତୁତି ଚଳାଇଥଇଲେ । ତେବେ ପୁଜାରୀଙ୍କ ସହ କିଛି ବ୍ୟକ୍ତିଙ୍କ ଯୁକ୍ତିତର୍କ ହେଉଥିବା ନେଇ ଏମାନେ ଗାଁ ଲୋକଙ୍କୁ ଅବଗତ କରାଇଥିଲେ ।