ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ସରକାର ଉପରେ ସଙ୍କଟ ହ୍ରାସ ପାଇଛି। 107 ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ, ସଚିନ ପାଇଲଟଙ୍କୁ ମନାଇବା ଉପରେ ଗୁରୁତ୍ବ ଦିଆଯାଉଛି । ସୋମବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ଅହମ୍ମଦ ପଟେଲ ଓ ପି. ଚିଦାମ୍ବରମଙ୍କ ଭଳି 5 ବଡ ନେତାଙ୍କୁ ସାକ୍ଷାତ କରିଛନ୍ତି ସଚିନ ପାଇଲଟ୍ ।
ରାହୁଲ-ପ୍ରିୟଙ୍କାଙ୍କ ସହ ପାଇଲଟଙ୍କ ଅଲୋଚନା, ଜୟପୁର ଫେରିବାକୁ ପରାମର୍ଶ - sachin pilot
ରାଜସ୍ଥାନରେ କଂଗ୍ରେସ ସରକାର ଉପରେ ସଙ୍କଟ ହ୍ରାସ ପାଇଛି। 107 ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ, ସଚିନ ପାଇଲଟଙ୍କୁ ମନାଇବା ଉପରେ ଗୁରୁତ୍ବ ଦିଆଯାଉଛି ।

ସମସ୍ତେ ବର୍ତ୍ତମାନ ସଚିନ ପାଇଲଟଙ୍କୁ ଜୟପୁର ଯିବାକୁ କହିଛନ୍ତି ଯାହା ଦ୍ବାରା ସ୍ଥାନୀୟ ସ୍ତରରେ ଅଧିକ ଆଲୋଚନା ହୋଇପାରିବ। ତେବେ ସେ ଆଲୋଚନା କରିବେ କି ନାହଁ ତାହା ସମ୍ପୁର୍ଣ୍ଣ ଭାବେ ପାଇଲଟଙ୍କ ଉପରେ ନିର୍ଭର କରେ । ଅନ୍ୟପକ୍ଷେ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ ପରେ ପାଇଲଟ କିଛି ସର୍ତ୍ତ ରଖିଥିବା ସୂଚନା ମିଳିଛି ।
ସଚିନ ପାଇଲଟ ଦାବି କରିଛନ୍ତି ଯେ ତାଙ୍କ ପାଖରେ ରାଜ୍ୟ ଅଧ୍ୟକ୍ଷ ପଦବୀ ରହିବ । ତାଙ୍କର 4 ଜଣ ସମର୍ଥକ ବିଧାୟକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଓ ଅର୍ଥ-ଗୃହ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଏହି ପ୍ରସ୍ତାବ ନେଇ ଜଣେ ନେତା ଜୟପୁର ମଧ୍ୟ ଯିବେ। ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜେ ଏହି ପ୍ରସଙ୍ଗରେ ସକ୍ରିୟ ହୋଇ ଉଭୟ ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ପ୍ରକାଶଥାଉକି, ପୂର୍ବରୁ ସଚିନ ପାଇଲଟ ଦାବି କରୁଥିଲେ ଯେ ତାଙ୍କ ସହିତ 25 ରୁ ଅଧିକ ବିଧାୟକ ଅଛନ୍ତି ଓ ସେ ଜୟପୁର ଯିବେ ନାହିଁ ।