ଓଡିଶା

odisha

ETV Bharat / bharat

ରାଜସ୍ଥାନ ନାଟକରେ ନୂଆ ମୋଡ, ରାହୁଲଙ୍କୁ ଭେଟିଲେ ପାଇଲଟ - ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ତାଙ୍କ ସହ ଅନ୍ୟ ବିଦ୍ରୋହୀ ବିଧାୟକ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ଜଣାପଡିଛି ।

ରାଜସ୍ଥାନ ନାଟକରେ ନୂଆ ମୋଡ, ରାହୁଲଙ୍କୁ ଭେଟିଲେ ପାଇଲଟ
ରାଜସ୍ଥାନ ନାଟକରେ ନୂଆ ମୋଡ, ରାହୁଲଙ୍କୁ ଭେଟିଲେ ପାଇଲଟ

By

Published : Aug 10, 2020, 3:45 PM IST

ଜୟପୁର: ରାଜସ୍ଥାନର ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ମୋଡ ଆସିଛି । ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ତାଙ୍କ ସହ ଅନ୍ୟ ବିଦ୍ରୋହୀ ବିଧାୟକ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ଜଣାପଡିଛି ।

ପାଇଲଟ 18 ଜଣ ବିଦ୍ରୋହୀ ବିଧାୟକଙ୍କ ସହ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଥିଲେ । ଏହାପରେ ସୋମବାର ରାହୁଲ ଗାନ୍ଧୀ ସେମାନଙ୍କ ସହ ଦିଲ୍ଲୀରେ ଆଲୋଚନା କରିଛନ୍ତି । ତେବେ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।

ପାଇଲଟ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେ ତାଙ୍କ ମାଧ୍ୟମରେ ରାହୁଲଙ୍କୁ ଭେଟିଛନ୍ତି। ବେଣୁଗୋପାଳ ଏବଂ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଶେଷ କରିବାକୁ ଚେଷ୍ଟା କରୁଛନ୍ତି ।

ସେପଟେ ରାଜସ୍ଥାନ କଂଗ୍ରେସର କିଛି ବିଦ୍ରୋହୀ ବିଧାୟକ ଦଳ ସହ ମଧ୍ୟ ସମ୍ପର୍କ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିଧାୟକ ବରିଷ୍ଠ ନେତୃତ୍ବଙ୍କୁ ଭେଟିଛନ୍ତି । ଦଳ ସେମାନଙ୍କୁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବାକୁ କହିଥିବା ଜଣାପଡିଛି । ଏହା ପରେ ସେମାନେ ଶୀର୍ଷ ନେତୃତ୍ବଙ୍କୁ ଭେଟି ପାରିବେ ଏବଂ ନିଜ ଅଭିଯୋଗ ପ୍ରକାଶ କରିବା ପାଇଁ ସ୍ବାଧୀନତା ପାଇପାରିବେ ବୋଲି କୁହାଯାଉଛି।

ପାଇଲଟ କିଛି ସପ୍ତାହ ପୂର୍ବରୁ ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ପାଇଲଟଙ୍କ ସହ କଥା ହୋଇଥିଲେ ଏବଂ ରାଜସ୍ଥାନର ସଙ୍କଟକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହାର କୌଣସି ଫଳାଫଳ ପ୍ରକାଶ ପାଇ ନଥିଲା।

ଏହା ପୂର୍ବରୁ ରବିବାର ରାତିରେ ଜୈସାଲମେରର ହୋଟେଲରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଗେହଲଟ୍ କ୍ୟାମ୍ପର ବିଧାୟକମାନେ ରହୁଛନ୍ତି। ଏହି ବୈଠକରେ ଗେହଲଟ୍ କ୍ୟାମ୍ପର ବିଧାୟକମାନେ ବିଦ୍ରୋହୀମାନଙ୍କୁ ଦଳକୁ ଫେରାଇ ଆଣିବା ଉପରେ ମିଶ୍ରିତ ମତ ରଖିଥିଲେ। କେକେତ ସେମାନଙ୍କୁ ଫେରାଇ ଆଣିବାକୁ ମତ ରଖିଥିବା ବେଳେ କେତେକ ବିଧାୟକ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ତେବେ ରାଜନୈତିକ ସଙ୍କଟର ସମାଧାନ ପାଇଁ ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଉଦ୍ୟମ ବିଫଳ ହୋଇଛି। ଦିନକୁ ଦିନ ପରିସ୍ଥିତି ବଦଳିବା ପରେ ଏବେ କଂଗ୍ରେସ ଫ୍ଲୋର ଟେଷ୍ଟ ପାଇଁ ଅଡି ବସିଛି । ସେପଟେ ଏହା ମଧ୍ୟ ଦର୍ଶାଉଛି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପାଇଁ ଦଳର ଦ୍ବାର ଏବେ ମଧ୍ୟ ଖୋଲା ଅଛି ।

ABOUT THE AUTHOR

...view details