ଓଡିଶା

odisha

ETV Bharat / bharat

ସାବରୀମାଳାରେ ମହିଳାଙ୍କୁ ମିଳୁନି ପ୍ରବେଶ ଅନୁମତି, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମହିଳା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସାବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ । ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେରଳର ବିନ୍ଦୁ ଆମିନି ନାମକ ଜଣେ ମହିଳା ।

sc
ଫାଇଲ ଫଟୋ

By

Published : Dec 5, 2019, 3:07 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସାବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେରଳର ବିନ୍ଦୁ ଆମିନି ନାମକ ଜଣେ ମହିଳା । ତେବେ ତାଙ୍କ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ଗୁରୁବାର ରାଜି ହୋଇଛନ୍ତି ସୁପ୍ରିମକୋର୍ଟ ।

ବିନ୍ଦୁ ଆମିନି ସାବରିମାଳାରେ ପ୍ରବେଶ କରିବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା । ଏପରିକି ଏହି ଉଦ୍ୟମ ପାଇଁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା । କିଛି କେମିକାଲ ପଦାର୍ଥ ଦ୍ବାରା ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମନ୍ଦିର ପ୍ରଶାସନ ବିନ୍ଦୁଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେଇନଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ସେ । ସେହିପରି ଫାତିମା ନାମକ ଜଣେ ମହିଳା ମଧ୍ୟ ସମାନ ଅଭିଯୋଗ ନେଇ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନିକ ପୀଠ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି । ଏହି ମାମଲା ସହ ଜଡିତ ସମସ୍ତ ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବରରେ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସାବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ।

ABOUT THE AUTHOR

...view details