ଥିରୁଅନନ୍ତପୁରମ: ମଣ୍ଡଳମ-ମକରବୀଲକ୍କମ୍ ତୀର୍ଥଯାତ୍ରା ମାସ ଚାଲୁଥିବାରୁ ସାବରୀମାଳାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି । ତୀର୍ଥଯାତ୍ରୀଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ଘଟିଛି ଯେ ବିଗତ ବର୍ଷମାନଙ୍କରେ ରାଜସ୍ବ ଆଦାୟକୁ ପଛରେ ପକାଇ ଏକ ରେକର୍ଡ ସୃଷ୍ଟି କରିଛି । ମାତ୍ର ଏକମାସ ମଧ୍ୟରେ ସାବରୀମାଳାରୁ 100 କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରାଯାଇଛି ।
ଏକମାସରେ ସାବରୀମାଳାରୁ 100 କୋଟି ରାଜସ୍ବ ସଂଗ୍ରହ - 100 କୋଟି ରାଜସ୍ବ ସଂଗ୍ରହ
ଚଳିତ ମାସରେ ସାବରୀମାଳାରୁ ରେକର୍ଡ଼ ସଂଖ୍ୟକ ରାଜସ୍ବ ସଂଗ୍ରହ । ପୂର୍ବ ବର୍ଷ 60 କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଅଧିକ 40 କୋଟି ସହିତ ଏହି ସଂଖ୍ୟା 100 କୋଟିରେ ପହଞ୍ଚିଛି ।
ଗତ ବର୍ଷ ତୁଳନାରେ ଚଳିତ ବର୍ଷ 40 କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ କରାଯାଇଛି । ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ପୂର୍ବ ବର୍ଷ ଉଚ୍ଛେଦ କରିଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ଅନେକ ହିଂସା କାଣ୍ଡ ଘଟିବା ସହ ବିରୋଧ କରାଯାଇଥିଲା । ଫଳରେ ରାଜସ୍ବ ସଂଗ୍ରହ ଆଶାତୀତ ହୋଇପାରିନଥିଲା ।
କିନ୍ତୁ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ ଅର୍ଥ କାରବାର ମଧ୍ୟ ବୃଦ୍ଧି ଘଟିଛି । କେବଳ ମନ୍ଦିରରେ ଥିବା ହୁଣ୍ଡିରୁ 35 କୋଟି ଟଙ୍କାର ଅର୍ଥ ସଂଗ୍ରହ କରାଯାଇଛି । ଯାହା ତୀର୍ଥଯାତ୍ରାଙ୍କ ସଂଖ୍ୟା ବୃଦ୍ଧି ଘଟିବା ଯୋଗୁ ସମ୍ଭବ ହୋଇପାରିଥିବା କହିଛି ପ୍ରଶାସନ ।