ଥିରୁଅନନ୍ତପୁରମ: ବିଶ୍ବବ୍ୟାପୀ ଆତଙ୍କ ଖେଳାଇଥିବା ଏହି କୋରୋନା ପାଇଁ ଜନ ଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି । ଏପରିକି ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ଥିଲା । ତେବେ ଏଭଳି ପରିସ୍ଥିତିରେ କେରଳର ଭଗବାନ ଆୟପ୍ପା ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ପ୍ରଭୁ ଭେଙ୍କଟେଶ୍ୱରା ମନ୍ଦିର, ଯାହା ଭାରତର ସବୁଠୁ ବଡ ମନ୍ଦିର ମଧ୍ୟରେ ଅନ୍ୟତମ, କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ଆସନ୍ତା ସପ୍ତାହରେ ଭକ୍ତଙ୍କମାନଙ୍କ ପାଇଁ ଖୋଲାଯିବା ବନ୍ଦୋବସ୍ତ ହୋଇଛି । ଏଥିସହିତ ସାବରିମାଳା ମନ୍ଦିର ଜୁନ୍ 9 ରୁ ଖୋଲାଯିବ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।
ଆସନ୍ତା 9ରେ ଖୋଲିବ ସାବରିମାଳା ଓ ତିରୁମାଳା ମନ୍ଦିର - 6,000 devotees will be allowed to visit
ଆସନ୍ତା ସପ୍ତାହରେ କେରଳର ଭଗବାନ ଆୟପ୍ପା ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିର ଖୋଲିବା ସହ ସାବରିମାଲା ମନ୍ଦିର ଜୁନ୍ 9 ରୁ ଖୋଲାଯିବ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଦୀର୍ଘ 80 ଦିନ ପରେ ଖୋଲିବାକୁ ଯାଉଛି ଏହି ଗେଟ୍ । ଅଧିକ ପଢନ୍ତୁ...

ଦୀର୍ଘ 80 ଦିନ ପରେ ଖୋଲିବାକୁ ଯାଉଛି ଏହି ଗେଟ୍ । ଏନେଇ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହର ଲହରି ଖେଳି ଯାଇଛି । କିନ୍ତୁ ମନ୍ଦିର ପ୍ରବେଶ ନେଇ କିଛି ସ୍ବତନ୍ତ୍ର ନିୟମାବଳୀ ରହିଛି । ବୃଦ୍ଧ ଓ ପିଲାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ, ଏହା ସହ ମନ୍ଦିର ପରିଦର୍ଶନ ପାଇଁ ଭକ୍ତଙ୍କ ସମୟ ସୀମା ସ୍ଥିର କରାଯିବ। ତିରୁପତି ସ୍ଥିତ ଭଗବାନ ବାଲାଜୀ ମନ୍ଦିର ମଧ୍ୟ ଦୀର୍ଘ 80 ଦିନ ପରେ ଜୁନ୍ 11 ରେ ଭକ୍ତଙ୍କ ପାଇଁ ଫାଟକ ଖୋଲିବ ନେଇ ପ୍ରଶାସନିକ ୟୁନିଟ୍ ଟିଟିଡି କହିଛନ୍ତି ।
ଏହା ସହ କେବଳ 6000 ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଟିଟିଡି କହିଛି । ଏହି ସମୟରେ ଛଅ ଫୁଟର ଦୂରତା ଅନୁସରଣ କରାଯିବ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ | ସାବରିମାଲା ମନ୍ଦିର ଜୁନ୍ 9 ରୁ ଖୋଲାଯିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ କହିଛନ୍ତି । କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦୁଇଟି ମନ୍ଦିର ଦୀର୍ଘ ଦିନ ଧରି ବନ୍ଦ ଥିଲା ।