ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଏବେ ରାଜନୈତିକ ଏଜେଣ୍ଡାରେ ପରିଣତ ହୋଇଛି । ସୁଶାନ୍ତ ସିଂଙ୍କ ରହସ୍ୟମୟ ମୃତ୍ୟୁର ଯାଞ୍ଚକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇ କୁ ’ପାକ୍ ଅଧିକୃତ’ କହିବା ସହ ପୋଲିସକୁ ସମାଲୋଚନା କରିଛନ୍ତି । ଏକ ଘରୋଇ ଗଣମାଧ୍ୟମର ସାମ୍ବାଦିକ ବାରମ୍ବାର ମୁମ୍ବାଇରେ ଡ୍ରଗ୍ସ କାରବାରକୁ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ସେପଟେ, ମୁମ୍ବାଇକୁ ଅପମାନ କରିବା ପରେ କେନ୍ଦ୍ର ସରକାର କଙ୍ଗନାଙ୍କୁ ସୁରକ୍ଷା ପାଇଁ 'Y' ପ୍ଲସ ସୁରକ୍ଷା ଦେଇଛନ୍ତି । ଯାହାକୁ ନେଇ ଆଜି ଶିବସେନା ମୁଖପାତ୍ର ’ସାମନା’ ତାର ଏଡିଟୋରିଆଲ ପେଜରେ କେନ୍ଦ୍ର ସରକାର ତଥା ବିଜେପିକୁ ଟାର୍ଗେଟ କରିଛି ।
ଆଜି ’ସାମନା’ ତାର ଏଡିଟୋରିଆଲ ପେଜରେ ରାଜନୈତିକ ଏଜେଣ୍ଡା ସାମ୍ନାକୁ ଆଣିବାକୁ ଦେଶଦ୍ରୋହ ସାମ୍ବାଦିକ ଓ ରାଜଦ୍ରୋହ କଙ୍ଗନାଙ୍କୁ ସମର୍ଥନ କରିବାର ଅର୍ଥ ’ହାରମଖୋର’ ଏବଂ ମୁମ୍ବାଇ ମାତାଙ୍କ ଅପମାନ କରିଥିବା ବେଇମାନ ମାନେ ବୋଲି କହିଛି ।
ମୁମ୍ବାଇ ମହାରାଷ୍ଟ୍ର ରାଜଧାନୀ ସହ ଦେଶର ଆର୍ଥିକ ପେଣ୍ଠସ୍ଥଳୀ ମଧ୍ୟ । ଏହି ମୁମ୍ବାଇ ପାଇଁ 106 ଜଣ ମରାଠୀ ଲୋକ ବଳିଦାନ ଦେଇଥିଲେ । ଏଥିପାଇଁ ମୁମ୍ବାଇ ମହାରାଷ୍ଟ୍ରର । ମୁମ୍ବାଇରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁସ୍ଥାନୀ । ଏହା ପୂର୍ବରୁ ଏହା ଛତ୍ରପତି ଶିବାଜୀଙ୍କ ମହାରାଷ୍ଟ୍ର । ଯେଉଁମାନେ ମୁମ୍ବାଇକୁ ପାକ ଅଧିକୃତ ଅଞ୍ଚଳ ସହ ତୁଳନା କରିବା ସହ ପୋଲିସଙ୍କୁ ସମାଲୋଚନା କରିବା ସେମାନଙ୍କ ବିକୃତ ମାନସିକର ଏହା ଲକ୍ଷଣ । ମହାରାଷ୍ଟ୍ରରେ 22 କୋଟି ମରାଠୀ ଜନତା ଓ ମୁମ୍ବାଇର ଅପମାନ ଅର୍ଥ ଦେଶଦ୍ରୋହ ଭଳି ଏକ ଅପରାଧ ପରି । କିନ୍ତୁ ଏପରି ଅପରାଧିଙ୍କୁ ରାଷ୍ଟ୍ରଭକ୍ତ ମୋଦି ସରକାରର ଗୃହମନ୍ତ୍ରଣାଳୟ ସୁରକ୍ଷା କବଚ ଦେଇ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଯାହାର ଅର୍ଥ ସେମାନେ ଶହୀଦ ହୋଇଥିବା 106 ମରାଠୀଙ୍କୁ ବିଜେପି ଅପମାନ କରିଛି ବୋଲି ସାମନା ତାର ଏଡିଟୋରିଆଲ ପେଜରେ ଲେଖିଛି ।