ଓଡିଶା

odisha

ETV Bharat / bharat

ସ୍ବଚ୍ଛତାର ଆବଶ୍ୟକତା ପୂରଣ କରିବ ପଦଚାଳିତ ସାନିଟାଇଜର ଓ ସ୍ପ୍ରେୟର ସାନିଟାଇଜର - ଏନଆଇଏଫ

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ମୁତାବକ ସାରା ଦେଶରେ ହୋଇଥିବା ଚ୍ୟାଲେଞ୍ଜ କୋଭିଡ-19 ପ୍ରତିଯୋଗିତା(ସି3) ଦ୍ବାରା ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଧାରରେ ସୃଷ୍ଟି ହୋଇଛି ଅନେକ ଯନ୍ତ୍ର । ଏହି ପ୍ରତିଯୋଗିତାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି)ର ସ୍ବୟଂଚାଳିତ ଶାଖା ନ୍ୟାସନାଲ ଇନୋଭେଟିଭ ଫାଉଣ୍ଡେସନ (ଏନଆଇଏଫ) ପରିଚାଳିତ କରିଥିଲା ।

foot-operated sanitizer, sprayer sanitizer, DST, NIF, S&T, ପଦଚାଳିତ ସାନିଟାଇଜର, ସ୍ପ୍ରେୟର ସାନିଟାଇଜର, ଡିଏସଟି, ଏନଆଇଏଫ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
ସ୍ବଚ୍ଛତାର ଆବଶ୍ୟକତା ପୂରଣ କରିବ ପଦଚାଳିତ ସାନିଟାଇଜର ଓ ସ୍ପ୍ରେୟର ସାନିଟାଇଜର

By

Published : May 18, 2020, 10:59 PM IST

ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ମୁତାବକ ସାରା ଦେଶରେ ହୋଇଥିବା ଚ୍ୟାଲେଞ୍ଜ କୋଭିଡ-19 ପ୍ରତିଯୋଗିତା(ସି3) ଦ୍ବାରା ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଧାରରେ ସୃଷ୍ଟି ହୋଇଛି ଅନେକ ଯନ୍ତ୍ର । ଏହି ପ୍ରତିଯୋଗିତାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି)ର ସ୍ବୟଂଚାଳିତ ଶାଖା ନ୍ୟାସନାଲ ଇନୋଭେଟିଭ ଫାଉଣ୍ଡେସନ (ଏନଆଇଏଫ) ପରିଚାଳିତ କରିଥିଲା । ମାର୍ଚ୍ଚ 31ରୁ 10 ମେ ଯାଏଁ ଚାଲିଥିବା ଏହି ପ୍ରତିଯୋଗିତାରେ ଅନେକ ସଜାଗ ନାଗରିକ ଅଂଶଗ୍ରହଣ କରି ନିଜ ସମାଧାନର ପନ୍ଥା ଦେଖାଇଥିଲେ ।

ସ୍ବଚ୍ଛତାର ଆବଶ୍ୟକତା ପୂରଣ କରିବ ପଦଚାଳିତ ସାନିଟାଇଜର ଓ ସ୍ପ୍ରେୟର ସାନିଟାଇଜର

ଏନଆଇଏଫର ସହଯୋଗରେ ଚୟନ ହୋଇଥିବା ଶ୍ରେଷ୍ଠ ଯୋଜନାକୁ ଆଗକୁ ବଢିବା ପାଇଁ ସହଯୋଗ ମିଳିବାର ବ୍ୟବସ୍ଥା ରହିଛି । ତେବେ ଏହି କ୍ୟାମ୍ପେନରେ ବର୍ତ୍ତମାନ ଦୁଇଟି ଯନ୍ତ୍ର ସାମ୍ନାକୁ ଆସିଛି । ସେ ହେଉଛି ପଦଚାଳିତ ହାତ ସାନିଟାଇଜର ଓ ୱାଶିଂ ମେସିନ ଓ ଅନ୍ୟଟି ହେଉଛି ସ୍ପ୍ରେୟର ସାନିଟାଇଜର । ତେଲେଙ୍ଗାନା ରାଜ୍ୟର ୱାରାଙ୍ଗଲସ୍ଥିତ ମୁପ୍ପାରପୁ ରାଜୁ ପଦଚାଳିତ ହାତ ସାନିଟାଇଜର ଓ ୱାଶିଂ ମେସିନକୁ ଆବିଷ୍କାର କରିଛନ୍ତି ।

ଏହି ମେସିନ ବର୍ତ୍ତମାନ କୋଭିଡ-19ରୁ ବଞ୍ଚିବାକୁ ହେଲେ କଣ୍ଟାକ୍ଟଲେସ ଡିଭାଇସ ଆକାରରେ ବ୍ୟବହାର କରାଯାଇପାରେ । ଏଥିପାଇଁ ଏହି ମେସିନକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପନ କରିଛନ୍ତି ରାଜୁ । ଏନଆଇଏଫ ଏଥିରେ ସହଯୋଗର ହାତ ବଢାଇ ଉତ୍ପାଦନ କ୍ଷମତା ବଢାଇବାରେ ଲାଗିଛି ।

ସ୍ବଚ୍ଛତାର ଆବଶ୍ୟକତା ପୂରଣ କରିବ ପଦଚାଳିତ ସାନିଟାଇଜର ଓ ସ୍ପ୍ରେୟର ସାନିଟାଇଜର

ସେପଟେ ବୃହତ ଆକାରର ସ୍ଥାନ ଯଥା ରାସ୍ତା, ଗଳିକନ୍ଦି, କବାଟ, କମ୍ପାଉଣ୍ଡ ଓ କାନ୍ଥ ଆଦିକୁ ସଫା କରିବା ପାଇଁ ସ୍ପ୍ରେୟର ସାନିଟାଇଜର ଖୁବ ଉପଯୋଗୀ । ଏହି ଡିଭାଇସରେ ରହିଛି ଦୁଇଟି ଆଲୁମିନିୟମ ଫ୍ୟାନ । ଯାହା ପରସ୍ପରର ବିପରୀତ ଦିଗରେ ପରିଚାଳିତ ହୁଏ । ଏହାଦ୍ବାରା ବିପରୀତ ଦିଗରୁ ପବନ ଶୋଷି ଏଥିରେ ବୃହତ ଚାପ ସୃଷ୍ଟି ହୁଏ, ଯାହା ସ୍ପ୍ରେୟରକୁ ପରିଚାଳିତ କରିବାରେ ସହାୟକ ହୁଏ । ଏହି ପ୍ୟାନେଲ 180 ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରୁଥିବାରୁ ଏହା ପଡିଆ ସମେତ 15 ଫୁଟ ଉଚ୍ଚ କାନ୍ଥକୁ ମଧ୍ୟ ସାନିଟାଇଜ କରିବାରେ ଏକ ସହାୟକ ଡିଭାଇସ । ଏହି ଡିଭାଇସ ବର୍ତ୍ତମାନ ମହାରାଷ୍ଟ୍ରର ଅନେକ ସ୍ଥାନରେ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି ।

ସ୍ବଚ୍ଛତାର ଆବଶ୍ୟକତା ପୂରଣ କରିବ ପଦଚାଳିତ ସାନିଟାଇଜର ଓ ସ୍ପ୍ରେୟର ସାନିଟାଇଜର

ଏହାକୁ ଟ୍ରାକ୍ଟରରେ ଖଞ୍ଜାଯାଇ ଦୂର ଦୂରାନ୍ତ ପର୍ଯ୍ୟନ୍ତ ସାନିଟାଇଜ କରିହେବ । ଡିଭାଇସର କେନ୍ଦ୍ରରୁ 30 ଫୁଟ ଦୂର ପର୍ଯ୍ୟନ୍ତ ଏହି ଡିଭାଇସ ସାନିଟାଇଜ କରିବାର କ୍ଷମତା ରଖେ । ତେବେ ବର୍ତ୍ତମାନ ଦେଶରେ ଅନେକ ନାଗରିକ ନିଜ ବୁଦ୍ଧି ଖଟାଇ ଅଳ୍ପ ଖର୍ଚ୍ଚରେ ପ୍ରସ୍ତୁତ କରିପାରୁଛନ୍ତି ଅନେତ ଆକର୍ଷଣୀୟ ଡିଭାଇସ । ଯାହା ବର୍ତ୍ତମାନର ଆବଶ୍ୟକତାକୁ ନଜରରେ ରଖି ଡିଜାଇନ କରାଯାଉଛି । ହେଲେ ଏହାକୁ ପ୍ରସ୍ଫୁଟିତ କରିବାରେ ଏନଆଇଏଫର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ଡିଏସଟି ସଚିବ ପ୍ରୋଫେସର ଆଶୁତୋଷ ଶର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details