ଓଡିଶା

odisha

By

Published : Sep 26, 2019, 4:50 PM IST

ETV Bharat / bharat

ପିତୃପକ୍ଷ-2019: ଋଷୀୟ ମହିଳାଙ୍କ ପିଣ୍ଡଦାନ

ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପିତୃପକ୍ଷ-2019 । ପକ୍ଷର ଅନ୍ତିମ ଚରଣରେ କିଛି ବିଦେଶୀ ମହିଳା ଏଠାରେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ଏଠାରେ ପିଣ୍ଡଦାନ କରି ପିତୃପୁରୁଷଙ୍କ ମୋକ୍ଷ କାମନା କରିଛନ୍ତି ସେମାନେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ମୋକ୍ଷ ନଗରୀ ଗୟାରେ ଚାଲିଛି ପିତୃପକ୍ଷ । ଏହି ପକ୍ଷ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ହେଉଛି ଏହି ପିତୃପକ୍ଷର ଚତୁର୍ଦ୍ଦଶ ଦିବସ । ପକ୍ଷର ଅନ୍ତିମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସି ପିଣ୍ଡଦାନ କରିଛନ୍ତି । କିଛି ବିଦେଶୀ ମଧ୍ୟ ଏଠାକୁ ଆସି ପିଣ୍ଡଦାନ କରିଛନ୍ତି । ଏହା ସହିତ ବିଶ୍ବ ପ୍ରସିଦ୍ଧ ଏହି ପିତୃପକ୍ଷରେ ଆଜି କିଛି ବିଦେଶିନୀ ଏଠାରେ ପିଣ୍ଡଦାନ କରୁଥିବାର ଲକ୍ଷ୍ୟ କରାଯାଇଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରୁଷରୁ ଆସିଥିବା କିଛି ମହିଳା ଏଠାରେ ଥିବା ବିଷ୍ଣୁ ମନ୍ଦିରରେ ପହଞ୍ଚି ଗୁରୁବାର ପିଣ୍ଡ ଦାନ କରିଛନ୍ତି । ସେମାନେ ପୁରା ଭାରତୀୟ ବେଶଭୂଷାରେ ସମ୍ପୂର୍ଣ୍ଣ ବୈଦିକ ଋତିରେ ସେମାନେ ପିଣ୍ଡଦାନ କରିଥିଲେ । ଏହାପରେ ସେମାନେ ମୋକ୍ଷଦାୟିନୀ ଫଲ୍ଗୁ ନଦୀରେ ମଧ୍ୟ ପିଣ୍ଡଦାନ କରିଥିବା ଜଣାପଡ଼ିଛି ।

ତେବେ ଏଠାରେ ପିଣ୍ଡ ଦାନ ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏହି ଋଷ ମହିଳା । ସେମାନେ କହିଛନ୍ତି କି ଏଠାକୁ ଆସି ବହୁତ ଖୁସି ଲାଗୁଛି । ପିତୃପୁରୁଷଙ୍କ ଲାଗି ଏଠାରେ ପିଣ୍ଡଦାନ କରାଯିବା ସମ୍ପର୍କରେ ଶୁଣିଥିଲୁ । ମାତ୍ର ଆଜି ଏଠାକୁ ଆସି ପିଣ୍ଡଦାନ କରିବା ପରେ ଏକ ଅଦ୍ଭୁତ ଶାନ୍ତି ଲାଗୁଛି ବୋଲି ସେମାନେ କହିଥିଲେ ।

ତେବେ ଏହି ବିଦେଶିନୀମାନେ ବିଭିନ୍ନ ପିଣ୍ଡବେଦୀରେ ପିଣ୍ଡଦାନ କରିବାକୁ କାର୍ଯ୍ୟକ୍ରମ ରହିଛି ବୋଲି ସ୍ଥାନୀୟ ପଣ୍ଡିତମାନେ କହିଛନ୍ତି । ସେମାନଙ୍କ ପୂଜା କରୁଥିବା ପଣ୍ଡିତ ଲୋକନାଥ ଗୌଡ଼ କହିଛନ୍ତି କି, ରୁଷରୁ ଆସିଥିବା ଏହି ମହିଳା ଶ୍ରଦ୍ଧାଳୁମାନେ ନିଜ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ସେମାନେ ଏଠାରେ ବିଭିନ୍ନ ବେଦୀରେ ପିଣ୍ଡଦାନ କରିବେ । ଏହାପୂର୍ବରୁ ଏମାନେ ବାରଣାସୀରେ ପିଣ୍ଡଦାନ କରିଛନ୍ତି ।

ଏଠାରେ ସେମାନଙ୍କର ପିଣ୍ଡଦାନ କାର୍ଯ୍ୟକ୍ରମ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ବିଭିନ୍ନ ପିଣ୍ଡବେଦୀରେ ସେମାନଙ୍କ କାର୍ଯ୍ୟ କରାଯିବ ବୋଲି ପଣ୍ଡିତ ଲୋକନାଥ କହିଛନ୍ତି । କେବଳ ଋଷରୁ ନୁହେଁ, ଅନ୍ୟାନ୍ୟ ରାଷ୍ଟ୍ରରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସିଥିବା ସେ ସୂଚନା ଦେଇଥିଲେ ।

ABOUT THE AUTHOR

...view details