ମେକ୍ସିକୋ: ନିଜ ପଦରୁ ଇସ୍ତଫା ଦେଲେ ଋଷ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେବ। ସେ ନିଜର ସମସ୍ତ ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ଦେବାରୁ ସରକାର ଭାଙ୍ଗି ଯାଇଛି । ପ୍ରଧାନମନ୍ତ୍ରୀ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଦାନ କରିଛନ୍ତି । ଋଷ ରାଷ୍ଟ୍ରପତି ପୁତିନ ବୁଧବାର ନିଜ ଅଭିଭାଷଣରେ ସମ୍ବିଧାନରେ ଥିବା ଏକାଧିକ ସଂସ୍କାର ପାଇଁ ପ୍ରସ୍ତାବ ଦେବା କଥା କହିଥିଲେ । ଯାହା ପରେ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ମେଦଭେଦେଭଙ୍କୁ ସୁରକ୍ଷା ପରିଷଦର ଅଧ୍ୟକ୍ଷ କରାଯାଇଥିଲା । ସେ 2012 ମସିହାରୁ ଋଷର ପ୍ରଧାନମନ୍ତ୍ରୀ ଥିବାବେଳେ, ସେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିକଟତର ହୋଇ କାମ କରିଆସୁଥିଲେ । ଋଷର ଏକ ନ୍ୟୁଜ ଏଜେନ୍ସିର ସୂଚନାମୁତାବକ, ରାଷ୍ଟ୍ରପତି ପୁତିନ ମେଦଭେଦେବଙ୍କୁ ନିଜ କାର୍ଯ୍ୟ ନେଇ ଧନ୍ୟବାଦ ଦେବା ସହ ସେ ନିଜ ମନ୍ତ୍ରୀମଣ୍ଡଳକୁ ବଞ୍ଚାଇବାରେ ସଫଳ ହୋଇପାରିଲେ ନାହିଁ ବୋଲି ମତ ଦେଇଛନ୍ତି ।