ଓଡିଶା

odisha

ETV Bharat / bharat

ଅଗଷ୍ଟ 10 ସୁଦ୍ଧା କୋରୋନା ଟୀକା ଦେବାକୁ ଋଷର ଯୋଜନା - ଅଗଷ୍ଟ 10 ସୁଦ୍ଧା

ସାରା ବିଶ୍ବ ମହାମାରୀ କୋରୋନାରେ କଲବଲ । ଏହାର ନିରାକରଣ ପାଇଁ ବିଭିନ୍ନ ଦେଶ ଦୀର୍ଘ ସମୟ ଧରି ଏହାର ଟୀକା ବାହାର କରିବାକୁ ଜି ଜାନ୍ ଲଗାଇ ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ଅଗଷ୍ଟ 10 ସୁଦ୍ଧା କୋରୋନା ଟୀକା ଦେବାକୁ ଋଷର ଯୋଜନା
ଅଗଷ୍ଟ 10 ସୁଦ୍ଧା କୋରୋନା ଟୀକା ଦେବାକୁ ଋଷର ଯୋଜନା

By

Published : Jul 30, 2020, 3:02 PM IST

ମସ୍କୋ: ସାରା ବିଶ୍ବ ମହାମାରୀ କୋରୋନାରେ କଲବଲ । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବେଲଗାମ ହୋଇ ବଢୁଥିବା ବେଳେ ମୃତ୍ୟୁର ସୌଦାଗର ସାଜିଛି ମହାମାରୀ କୋରୋନା । ଲକଡାଉନ, ସଟଡାଉନ ସତ୍ତ୍ବେ କାଳରୂପୀ ମହାମାରୀ କୋରୋନା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯାହାଫଳରେ ଅସ୍ତବ୍ୟସ୍ତ ଜନଡୀବନ। ସଚେତନତା ସହ କେବଳ ଭ୍ୟାକସିନ ହିଁ ଏହି ମହାମାରୀକୁ ମୂଳୋତ୍ପାଟନ କରିପାରିବ ବୋଲି ଆଶା। ତେବେ ଏହାର ନିରାକରଣ ପାଇଁ ବିଭିନ୍ନ ଦେଶ ଦୀର୍ଘ ସମୟ ଧରି ଏହାର ଟୀକା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ।

ଆଉ ଏହି ଗବେଷଣାରେ ସବୁଠାରୁ ଆଗରେ ଅଛି ଋଷ । ସାରା ବିଶ୍ବକୁ ଭ୍ୟାକସିନ ଯୋଗାଇବା ନେଇ ସୂଚନା ପରେ ଟିକିଏ ଆଶ୍ବସ୍ତି ଲାଭ ହୋଇଛି । ତେବେ ସିଏନଏନ ରିପୋର୍ଟ ଅନୁଯାୟୀ ରଷ ଅଗଷ୍ଟ 10 ସୁଦ୍ଧା ପ୍ରଥମ ଟୀକାର ସ୍ବୀକୃତି ଦେବା ନେଇ ଯୋଜନା କରୁଛି । ଏହି ଟୀକା ମସ୍କୋର ଗମେଲୟା ଇନଷ୍ଟିଚ୍ୟୁଟରେ ଗବେଷଣା କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଏହି ଗବେଷଣାର ଦ୍ବିତୀୟ ପର୍ଯ୍ୟାୟ ସଫଳ ହେବାକୁ ଯାଉଛି ଯେଉଁଠି ଅନ୍ୟଦେଶ ମାନଙ୍କରେ ଟୀକା ଗବେଷଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ସେହିଭଳି ଋଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ସେନା ମାନେ ମଧ୍ୟ ସାମିଲ ହେବେ ।

ସୌଜନ୍ୟ- @ ANI

ABOUT THE AUTHOR

...view details