ଓଡିଶା

odisha

ETV Bharat / bharat

ଇଣ୍ଟରନେଟ ବ୍ୟବହାରରେ ସହରାଞ୍ଚଳକୁ ପଛରେ ପକାଇଲା ଗ୍ରାମୀଣ ଭାରତ

ଚଳିତ ବର୍ଷ ଜାନୁଆରୀରେ ଭାରତର ସ୍ମାର୍ଟଫୋନ ବଜାର ପ୍ରଥମ ଥର ପାଇଁ ଆମେରିକାର ବଜାରକୁ ଅତିକ୍ରମ କରିଛି ଏବଂ ଏହା ଚୀନ୍ ପରେ ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ବଜାରରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

ଇଣ୍ଟରନେଟ ବ୍ୟବହାର ଦୃଷ୍ଟିରୁ ସହରାଞ୍ଚଳ ଭାରତକୁ ପଛରେ ପକାଇଲା ଗ୍ରାମୀଣ ଭାରତ
ଇଣ୍ଟରନେଟ ବ୍ୟବହାରରେ ସହରାଞ୍ଚଳକୁ ପଛରେ ପକାଇଲା ଗ୍ରାମୀଣ ଭାରତ

By

Published : May 7, 2020, 6:16 PM IST

ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟବହାର ଦୃଷ୍ଟିରୁ ଗ୍ରାମାଞ୍ଚଳ ସହରାଞ୍ଚଳକୁ ବହୁ ପଛରେ ପକାଇ ଦେଇଛି । ସ୍ମାର୍ଟଫୋନ ଏବଂ ଶସ୍ତା ଇଣ୍ଟରନେଟ ସଂଯୋଗ ସାହାଯ୍ୟରେ ଏହି ପରିବର୍ତ୍ତନ ସମ୍ଭବ ହୋଇଛି । ଇଣ୍ଟରନେଟ ଏବଂ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆର ପରିସଂଖ୍ୟାନ ଦର୍ଶାଏ ଯେ ସହର ଅପେକ୍ଷା ଗ୍ରାମରେ 10 ପ୍ରତିଶତ ଅଧିକ ଇଣ୍ଟରନେଟ ବ୍ୟବହାର କରାଯାଏ । ଅର୍ଥାତ୍ ଇଣ୍ଟରନେଟ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଭାରତର ଗ୍ରାମଗୁଡ଼ିକ ସହରଠାରୁ ଆଗରେ ଅଛନ୍ତି । ପରିସଂଖ୍ୟାନ ଅନୁଯାୟୀ, ସହରାଞ୍ଚଳର 20 କୋଟି 50 ଲକ୍ଷ ଜନସଂଖ୍ୟା ଯେଉଁଠାରେ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ସେଠାରେ ଗ୍ରାମାଞ୍ଚଳର 22 କୋଟି 70 ଲକ୍ଷ ଜନସଂଖ୍ୟା ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ସୂଚନା ପ୍ରକାଶ ପାଇଛି ।

ଏହି ପରିବର୍ତ୍ତନ ପଛରେ ସ୍ମାର୍ଟଫୋନ ଏବଂ ହାଇସ୍ପିଡ ଇଣ୍ଟରନେଟ ଏକ ବଡ଼ କାରଣ ବୋଲି ବିଶ୍ୱାସ କରାଯାଏ । ଚଳିତ ବର୍ଷ ଜାନୁଆରୀରେ ଭାରତର ସ୍ମାର୍ଟଫୋନ ବଜାର ପ୍ରଥମ ଥର ପାଇଁ ଆମେରିକାର ବଜାରକୁ ଅତିକ୍ରମ କରିଛି ଏବଂ ଏହା ଚୀନ୍ ପରେ ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ବଜାରରେ ପରିଣତ ହୋଇଛି । ଭାରତରେ ବର୍ତ୍ତମାନ 50 କୋଟି 40 ଲକ୍ଷ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି, ଯାହା ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଉପଭୋକ୍ତା ଅଟେ । ଚାଇନାରେ ବିଶ୍ବରେ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି, ସେମାନଙ୍କ ସଂଖ୍ୟା ପ୍ରାୟ 85 କୋଟି ଅଟେ ।

ଏହି ସୂଚନା ବାଣ୍ଟି ବିଜେପି ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ, ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭାରତ ମଧ୍ୟରେ ପାର୍ଥକ୍ୟ ଲିଭିଯାଉଥିବା ଜଣାପଡିଛି । ଭାରତରେ ପ୍ରଥମ ଥର ପାଇଁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି । ନଭେମ୍ବର 2019 ସୁଦ୍ଧା ଭାରତର ଗ୍ରାମାଞ୍ଚଳରେ 22 କୋଟି 70 ଲକ୍ଷ ଇଣ୍ଟରନେଟ ବ୍ୟବହାରକାରୀ ଥିବାବେଳେ ସହରାଞ୍ଚଳରେ 20 କୋଟି 50 ଲକ୍ଷ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି ।

ABOUT THE AUTHOR

...view details