ଓଡିଶା

odisha

ETV Bharat / bharat

ୟୁଏଇରେ ରୂପେ କାର୍ଡ ଲଞ୍ଚ କଲେ ମୋଦି, ଲଡୁ କିଣିଲେ - ୟୁଏଇ ବଜାରରେ ରୂପେ କାର୍ଡ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ

ଶନିବାର ୟୁଏଇର ବଜାରରେ ରୂପେ କାର୍ଡ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୂପେ କାର୍ଡ ମାଧ୍ୟମରେ 1 କେଜି ୟୁଏଇ ଲଡୁ କିଣି ଏହାର ଶୁଭାରମ୍ଭ କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଟ୍ବିଟର

By

Published : Aug 24, 2019, 10:05 PM IST

ନୂଆଦିଲ୍ଲୀ: ଶନିବାର ୟୁଏଇ ବଜାରରେ ରୂପେ କାର୍ଡ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୂପେ କାର୍ଡ ମାଧ୍ୟମରେ ଏକ କେଜି ୟୁଏଇ ଲଡୁ କିଣି ଏହାର ଶୁଭାରମ୍ଭ କରିଛନ୍ତି ସେ । ଏହା ଦ୍ବାରା ଡିଜିଟାଲ ପେମେଣ୍ଟ ଏବଂ ବ୍ୟାପାର ତଥା ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଏବଂ ୟୁଏଇର ସମ୍ପର୍କ ଆହୁରି ମଜବୁତ ହେବ ବୋଲି କହିଛନ୍ତି ମୋଦି ।

ବର୍ତ୍ତମାନ ସେଠାକାର ଅନେକ ଦୋକାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନରେ ଭାରତର ଏହି ଡିଜିଟାଲ ପେମେଣ୍ଟ କାର୍ଡ ବ୍ୟବହାର କରି ଦ୍ରବ୍ୟ କିଣାଯାଇ ପାରିବ । ତେବେ ଏହା ସହିତ ୟୁଏଇ ଟେକ୍ନୋଲୋଜିକାଲ ପେମେଣ୍ଟରେ ଭାରତୀୟ ପ୍ରଣାଳୀକୁ ଗ୍ରହଣ କରିଥିବା ପଶ୍ଚିମ ଏସିଆର ପ୍ରଥମ ଦେଶ ହୋଇଛି । ଏହା ପୂର୍ବରୁ ଭାରତ ସିଙ୍ଗାପୁର ଏବଂ ଭୁଟାନରେ ଏହି କାର୍ଡ ଲଞ୍ଚ ହୋଇ ସାରିଛି ।

ୟୁଏଇର ବ୍ୟୟବସାୟୀ ସମୂହ ମୋଦିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି । ୟୁଏଇରେ ବ୍ୟବସାୟ କରୁଥିବା ଲୁଲୁ ସମୂହ, ପେଟ୍ରୋକେମ ମିଡିଲ ଇଷ୍ଟ, ଏନଏମସି ହେଲ୍‌ଥ କେୟାର ଏବଂ ଲ୍ୟାଣ୍ଡମାର୍କ ସମେତ 21 ଟି ପ୍ରମୁଖ ବ୍ୟବସାୟୀ ସମୂହ ରୂପେ କାର୍ଡକୁ ସ୍ବୀକାର କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ୟୁଏଇକୁ ବାର୍ଷିକ ପ୍ରାୟ 3 ମିଲିଅନ ଭାରତୀୟ ପର୍ଯ୍ୟଟକ ଯାଉଥିବା ବେଳେ ଏହାଦ୍ବାରା ସେମାନେ ବିଶେଷ ଉପକୃତ ହୋଇପାରିବେ । ଏହି କାର୍ଡର ଶୁଭାରମ୍ଭ ହେବାପରେ ଏହି ପର୍ଯ୍ୟଟକ 1,75,000 ସ୍ଥାନରେ ରୂପେ କାର୍ଡ ଦ୍ବାରା ପେମେଣ୍ଚ କରିପାରିବେ ଏବଂ 5 ହଜାର ଏଟିଏମରୁ ଟଙ୍କା ଉଠାଇ ପାରିବେ । ଏଥିପାଇଁ ସେମାନଙ୍କୁ ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ।ସୂଚନାଯୋଗ୍ୟ ଯେ, କ୍ୟାସ ଲେସ ଅର୍ଥନୀତିକୁ ପ୍ରୋତ୍ସାହନା ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ମସିହାରେ ରୂପେ କାର୍ଡ ଲଞ୍ଚ କରିଥିଲେ ।

ABOUT THE AUTHOR

...view details