ଓଡିଶା

odisha

By

Published : Sep 14, 2020, 10:37 AM IST

ETV Bharat / bharat

ଦିଲ୍ଲୀ ହିଂସା: ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ?

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ କିଛି ଲୋକ ଦିଲ୍ଲୀ ପୋଲିସର ଦଙ୍ଗାର ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠାଉଛନ୍ତି । ଶୁଣିବାକୁ ମିଳୁଛି ଯେ, ସିଏଏ ବିରୋଧ ପ୍ରଦର୍ଶନ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ କିଛି ଛାତ୍ର ପୋଲିସକୁ ଏହି ମାମଲାରେ ଜଡିତ କରୁଛନ୍ତି ।

ତଦନ୍ତକୁ ନେଇ ଦିଲ୍ଲୀ ପୋଲିସ ଉପରେ ପ୍ରଶ୍ନବାଚୀ
ତଦନ୍ତକୁ ନେଇ ଦିଲ୍ଲୀ ପୋଲିସ ଉପରେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାକୁ ନେଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ମୁଖପାତ୍ର ତାଙ୍କ ପକ୍ଷ ରଖିଛନ୍ତି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ କିଛି ଲୋକ ଦିଲ୍ଲୀ ପୋଲିସର ଦଙ୍ଗାର ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠାଉଛନ୍ତି । ଶୁଣିବାକୁ ମିଳୁଛି ଯେ, ସିଏଏ ବିରୋଧ ପ୍ରଦର୍ଶନ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ କିଛି ଛାତ୍ର ପୋଲିସକୁ ଏହି ମାମଲାରେ ଜଡିତ କରୁଛନ୍ତି।

ତେବେ ଦିଲ୍ଲୀ ପୋଲିସ ତଦନ୍ତ ରିପୋର୍ଟକୁ କୋର୍ଟରେ ଦାଖଲ କରିଛନ୍ତି । ଏହି ମାମଲାରେ ଦିଲ୍ଲୀ ପୋଲିସ 751ଟି ମାମଲା ରୁଜୁ କରିବା ସହ 1575 ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ଅଧିକାରୀ କହିଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା କୋର୍ଟରେ 250ରୁ ଅଧିକ ଚାର୍ଜସିଟ ଦାଖଲ କରାଯାଇଛି । ଯେଉଁଥିରେ 1153 ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଏହି ଆକଳନ ମାଧ୍ୟମରେ ଦିଲ୍ଲୀ ପୋଲିସ ଏହା ପ୍ରମାଣ କରିବାକୁ ଚେଷ୍ଟା କରିଛି ଯେ, ସେମାନଙ୍କ ତଦନ୍ତରେ କୌଣସି ତ୍ରୁଟି ହୋଇନାହିଁ ।

ABOUT THE AUTHOR

...view details