ଓଡିଶା

odisha

ETV Bharat / bharat

ଚାଲାଣର ନୂଆ ରେକର୍ଡ, କାର ଉପରେ 27.68ଲକ୍ଷର ଫାଇନ - fine of total inr 27. 68 lakh on porsche car

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାଲାଣ କଟିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି । ଗୁଜୁରାଟର ଅହମଦାବାଦରେ ଏକ ଗାଡି ଉପରେ 27.68 ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ଅଧିକ ପଢନ୍ତୁ...

rto ahmedabad slaps a fine
ଡିଜାଇନ ଫଟୋ

By

Published : Jan 9, 2020, 6:08 AM IST

ଗାନ୍ଧୀନଗର: ନୂଆ ଟ୍ରାଫିକ ନିୟମ ଲାଗୁ ପରେ ଗାଡି ଚାଳକ ମାନେଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାଲାଣ କଟିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି । ପରେ ସ୍ଥିତି ସାମାନ୍ୟ ଓ ଲୋକେ ସଚେତନ ହୋଇଥିଲେ । ଏବେ ଏମିତି ଏକ ଖବର ଆସିଛି ଯାହା ପୁଣି ଥରେ ଚାଲାଣ ଟଙ୍କାର ପରିମାଣ ଶୁଣିଲେ ହୋସ ଉଡାଇଦେବ । ଗୁଜୁରାଟର ଅହମଦାବାଦରେ ଏକ ଗାଡି ଉପରେ 27.68 ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି ।

ଫଟୋ ସୌଜନ୍ୟ: ଆରଟିଓ ଅହମଦାବାଦ

ସୂଚନା ଅନୁସାରେ ଅହମଦାବାଦ ଆରଟିଓ ଏକ ପୋର୍ସ କାର ଉପରେ 27.68 ଲକ୍ଷ ଟଙ୍କାର ଚାଲାଣ କାଟିଛି । ଏହି ଚାଲାଣ ଅହମଦାବାଦ ଟ୍ରାଫିକ ପୋଲିସ ଏକ ରୋଟିନ ଚେକ ସମୟରେ କାଟିଛି । ପୋଲିସ ଯାଞ୍ଚରେ କାର ଚାଳକଙ୍କ ପାଖରେ ଗାଡିର କାଗଜପତ୍ର ନଥିବା ଦେଖାଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଅଗଷ୍ଟ 2019ରେ ନୂତନ ମୋଟର ଯାନ ଆକ୍ଟ ଲାଗୁ ପରେ ଏହା ସବୁଠାରୁ ବଡ ଧରଣର ଚାଲାଣ ବୋଲି ଜଣାଯାଇଛି ।

ସମ୍ପୂର୍ଣ୍ଣ ଘଟଣା ଏହିପରି, ଅହମଦାବାଦ ଟ୍ରାଫିକ ପୋଲିସ ନିୟମିତ ଚେକିଂ ସମୟରେ ଏହି ଦାମୀ ପୋର୍ସ ଗାଡିକୁ ଅଟକାଇଥିଲା । ପରେ ପୋଲିସ ଗାଡି ଚାଳକଙ୍କୁ କାଗଜପତ୍ର ଦେଖାଇବା ପାଇଁ କହିଥିଲା । ମାତ୍ରା ଗାଡି ଚାଳକ କାଗଜପତ୍ର ଦେଖାଇବାରେ ଅସମର୍ଥ ହେଲେ । ପରବର୍ତ୍ତୀ ସମୟରେ ପୋଲିସ ଚାଲାଣ କାଟିଥିଲା । ଏହି ସନ୍ଦର୍ଭରେ ଅହମଦାବାଦ ପୋଲିସ ଏକ ଟ୍ବିଟ ମଧ୍ୟ କରିଥିଲା । ପୋଲିସ ମୁତାବକ ପୋର୍ସ 911କୁ ରୋଟିନ ଚେକ ସମୟରେ ପିଏସଆଇ ଏମବି ବିରଜା ଅଟକାଇଥିଲେ । ଗାଡିର କୌଣସି କାଗଜପତ୍ର ଓ ନମ୍ବର ପ୍ଲେଟ ନଥିବା କଥା କୁହାଯାଇଛି । ଗାଡିକୁ ଜବତ କରାଯିବା ସହ 9 ଲକ୍ଷ 80 ହଜାର ଜୋରିମନା ଲଗାଯାଇଛି ।

ସେହପରି ଗାଡି ମାଲିକଙ୍କ ଉପରେ ଚାଲାଣ ରାଶି ଉପରେ ସୁଧ, ରୋଡ ଟ୍ୟାକ୍ସ ଓ ପେନାଲଟିକୁ ମିଶାଇ ଗାଡି ଉପରେ ଲାଗିଥିବା 27.68 ଲକ୍ଷ ଟଙ୍କାର ଜୋରିମାନା ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେଉଁ ଗାଡି ଉପରେ ଏହି ଚାଲାଣ କଟାଯାଇଛି ତାର ମୂଲ୍ୟ 1.82କୋଟି ଟଙ୍କା ଅଟେ ।

ABOUT THE AUTHOR

...view details