ଓଡିଶା

odisha

ETV Bharat / bharat

ମୁସଲମାନଙ୍କ ନିକଟତର ହେବାକୁ ଆରଏସଏସର ପ୍ରୟାସ - DARA SHIKOH AN ICON

ମୁସଲମାନଙ୍କ ନିକଟତର ହେବାକୁ ଆରଏସଏସର ପ୍ରୟାସ । ଏଥିପାଇଁ ସଂଘ ପକ୍ଷରୁ ଜଣେ ଦାରା ସିରୋହା ନିଯୁକ୍ତ କରାଯାଇଛି । ଏହା ସହିତ ଉଭୟ ସମ୍ପ୍ରଦାୟର ସମାନ ବିଚାରଧାରାକୁ ଖୋଜିବା ପାଇଁ ସଂଘ ପକ୍ଷରୁ ପ୍ରୟାସ କରାଯିବ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 11, 2019, 5:50 PM IST

ନୂଆଦିଲ୍ଲୀ: ମୁସଲମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) । ଏଥିପାଇଁ ଆରଏସଏସ ପକ୍ଷରୁ ମୁଗଲ ସମ୍ପ୍ରଦାୟର ଜଣେ ଦାରା ସିକୋହାଙ୍କୁ ନିଯୁକ୍ତ କରାଯାଇଛି । ଏହା ସହିତ ଆଗାମୀ ଦିନରେ ଆରଏସଏସ ପକ୍ଷରୁ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ଦାରା ସିକୋହା ଉଭୟ ସମ୍ପ୍ରଦାୟର ପରମ୍ପରାକୁ ଆଗେଇବା ସହିତ ପ୍ରଚାର କାର୍ଯ୍ୟ ମଧ୍ୟ କରାଯିବ । ଏଥିପାଇଁ ଆରଏସଏସ ପକ୍ଷରୁ ବୁଧବାର ଏକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ସଂଘର ନେତା କୃଷ୍ଣା ଗୋପାଳ ସମ୍ବୋଧନ କରିବେ।

ଏହି କାର୍ଯ୍ୟକ୍ରମରେ କ୍ୟାବିନେଟ ମନ୍ତ୍ରୀ ମୁଖତାର ଅବ୍ବାସ ନକଓ୍ବି ଏବଂ ଜବାହାର ଲାଲ ନେହରୁ ବିଶ୍ବବିଦ୍ୟାଳୟର ପ୍ରଫେସର ସଇଦ ଏନୁଲ ହାସନ ମଧ୍ୟ ଏହି ସଭାରେ ନିଜର ବକ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି । ତେବେ ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସମାନ ବିଚାରଧାରାକୁ ସଂଘ ପ୍ରୟାସ କରିବ ବୋଲି ଜଣାପଡ଼ିଛି।

ABOUT THE AUTHOR

...view details