ଓଡିଶା

odisha

ଜେଟଲୀଙ୍କୁ ଭେଟିଲେ ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ ଦିଲ୍ଲୀସ୍ଥିତ ଏମ୍ସ ଯାଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି । ଜେଟଲୀଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

By

Published : Aug 18, 2019, 10:26 AM IST

Published : Aug 18, 2019, 10:26 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଭେଟିବା ପାଇଁ ବହୁ ନେତା ମନ୍ତ୍ରୀଙ୍କ ସୁଅ ଛୁଟୁଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ସରସଙ୍ଘ ସଞ୍ଚାଳକ ମୋହନ ଭାଗବତ ମଧ୍ୟ ଜେଟଲୀଙ୍କୁ ଭେଟିଛନ୍ତି । ଭାଗବତ ଦିଲ୍ଲୀ ଏମ୍ସ ଯାଇ ଅରୁଣଙ୍କୁ ଭେଟିଛନ୍ତି ।

66 ବର୍ଷୀୟ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଡାକ୍ତରଙ୍କ ଏକ ବିଶେଷ ଟିମ ନିୟମିତ ଭାବେ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

10 ଅଗଷ୍ଟରୁ ଏମ୍ସ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ମେଡିକାଲ ବୁଲେଟିନ ଜାରି କରାଯାଇନାହିଁ ।

ABOUT THE AUTHOR

...view details