ଓଡିଶା

odisha

By

Published : Aug 4, 2020, 8:03 PM IST

ETV Bharat / bharat

ଅଯୋଧ୍ଯାରେ ସର ସଂଘ ଚାଳକ ମୋହନ ଭାଗବତ

ରାମ ମନ୍ଦିର ଭୂମି ପୂଜନ ମହୋତ୍ସବରେ ସାମିଲ ହେବାପାଇଁ ଅଯୋଧ୍ଯାରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ତଥା ସର ସଂଘ ଚାଳକ ମୋହନ ଭାଗବତ । ପଢନ୍ତୁ ଅଧିକ...

ସଂଘ ଚାଳକ ମୋହନ ଭାଗବତ
ସଂଘ ଚାଳକ ମୋହନ ଭାଗବତ

ଅଯୋଧ୍ୟା: ଆସନ୍ତାକାଲି (ବୁଧବାର) ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ମହୋତ୍ସବରେ ସାମିଲ ହେବାପାଇଁ ଅଯୋଧ୍ଯାରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ତଥା ସର ସଂଘ ଚାଳକ ମୋହନ ଭାଗବତ । ନାଗପୁରରୁ ଏକ ସ୍ବତନ୍ତ୍ର ବିମାନରେ ଲକ୍ଷ୍ନୌ ପହଞ୍ଚିବା ପରେ ସେଠାରୁ ରାଜରାସ୍ତାରେ ସିଧା ସଲଖ ଅଯୋଧ୍ଯା ଆସିଛନ୍ତି ମୋହନ ଭାଗବତ । ଆଜି ରାତିରେ ବିଭିନ୍ନ ସାଧୁ ସନ୍ଥଙ୍କୁ ସାକ୍ଷାତ କରିବେ ସଂଘ ମୁଖ୍ୟ ।

ଅଯୋଧ୍ଯାରେ ସର ସଂଘ ଚାଳକ ମୋହନ ଭାଗବତ

ଆସନ୍ତାକାଲି( ବୁଧବାର) ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ମଞ୍ଚରେ ଉପସ୍ଥିତ ରହିବେ ମୋହନ ଭାଗବତ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସଂଘ ପ୍ରମୁଖ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଏବଂ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ ରହିବେ । ଏହି ପାଞ୍ଚ ଜଣଙ୍କ ବ୍ୟତିତ ଅନ୍ୟ କାହାକୁ ମଞ୍ଚରେ ବସିବାକୁ ଅନୁମତି ନାହିଁ ।

ବ୍ୟୁରୋ ରିପୋର୍ଟ ଇଟିଭ ଭାରତ

ABOUT THE AUTHOR

...view details