ଓଡିଶା

odisha

By

Published : Feb 2, 2021, 12:54 PM IST

ETV Bharat / bharat

ବିମାନ ବନ୍ଦରରୁ 54 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ, ଦୁଇ ଗିରଫ

ତେଲେଙ୍ଗାନାର ଶାମସାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 54ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

54ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ
54ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ

ହାଇଦ୍ରାବାଦ:କଷ୍ଟମ ବିଭାଗକୁ ସଫଳତା। ତେଲେଙ୍ଗାନାର ଶାମସାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 54ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ ।

ସୂଚନାଅନୁସାରେ, ଆଜି ସକାଳୁ ଦୁଇ ଜଣ ଯାତ୍ରୀ ରାଜୀବ ଗାନ୍ଧୀ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିଲେ । ସେମାନଙ୍କୁ ଯାଞ୍ଚ କରାଯିବା ସମୟରେ ତାଙ୍କଠାରୁ 54ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ ।

ଦୁଇଜଣ ଯାତ୍ରୀ ଏକ ସୁନେଲି ରଙ୍ଗର ଖୋଲରେ ମୁଦ୍ରାକୁ ପ୍ୟାକ କରିଥିବା କହିଛନ୍ତି କଷ୍ଟମ ଡେପୁଟି କମିଶନର ସିଭକ୍ରିଷ୍ଣା । ପ୍ୟାକେଟକୁ ଦେଖି ସେମାନଙ୍କ ସନ୍ଦେହ ହୋଇଥିଲା । ଏହା ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଜବତ ହୋଇଥିବା ବିଦେଶୀ ମୁଦ୍ରାର ମୂଲ୍ୟ ପ୍ରାୟ 54ଲକ୍ଷ ଟଙ୍କା ହେବ ବୋଲି କହିଛି କଷ୍ଟମ ବିଭାଗ ।

ଘଟଣାରେ ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇ ସେମାନଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ତେବେ ବେଆଇନ ସୁନା,ବିଦେଶୀ ମୁଦ୍ରା ଚାଲାଣ ଏକ ଅପରାଧ ହୋଇଥିଲେ ମଧ୍ୟ ବମାନବନ୍ଦରରେ ଏହି ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ପୋଲିସର ଚିନ୍ତାର କାରଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details