ଓଡିଶା

odisha

ETV Bharat / bharat

ସାଂସଦଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଉପାସରେ ଉପାଧ୍ୟକ୍ଷ - agriculture bill 2020

ରାଜ୍ୟସଭାରେ ସାଂସଦଙ୍କ ବିଶୃଙ୍ଖଳାକୁ ବିରୋଧ କରିଛନ୍ତି ଉପାଧ୍ୟକ୍ଷ ହରିବଂଶ ସିଂ ନାରାୟଣ । ସାଂସଦଙ୍କ ଏଭଳି ବ୍ୟବହାରକୁ ସେ ବିରୋଧ କରି ଆଜି ଉପାସ ରଖିଛନ୍ତି । ଅଧିକ ପଢନ୍ତୁ...

ସାଂସଦଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଉପସାରେ ଉପାଧ୍ୟକ୍ଷ
ସାଂସଦଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଉପସାରେ ଉପାଧ୍ୟକ୍ଷ

By

Published : Sep 22, 2020, 10:34 AM IST

Updated : Sep 22, 2020, 1:07 PM IST

ନୂଆଦିଲ୍ଲୀ: ସାଂସଦଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଉପବାସରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ । ଗୋଟିଏ ଦିନ ପାଇଁ ଉପବାସ ରଖିଲେ ଉପାଧ୍ୟକ୍ଷ । ରବିବାର କୃଷି ବିଲକୁ ବିରୋଧ କରି କିଛି ବିରୋଧୀ ସାଂସଦ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ରୁଲ ବୁକ ଚିରି ଫୋପାଡିବା ସହ ମାଇକ ମଧ୍ୟ ଭାଙ୍ଗି ଦେଇଥିଲେ । ସାଂସଦଙ୍କ ଏଭଳି ଆଚରଣକୁ ବିରୋଧ କରିଛନ୍ତି ଉପାଧ୍ୟକ୍ଷ । ଏନେଇ ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଚିଠି ମଧ୍ୟ ଲେଖି ଜଣାଇଛନ୍ତି । ସୋମବାର ଦିନ 8 ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ବିତ କରିଛନ୍ତି ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ସେପଟେ, କୃଷି ବିଲକୁ ବିରୋଧ କରି ନିଲମ୍ବିତ ହୋଇଥିବା 8 ସାଂସଦ ସଂସଦ ପରିସରରେ ରାତି ତମାମ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଆଜି ସକାଳେ ସେମାନଙ୍କୁ ଭେଟିବା ପାଇଁ ଉପାଧ୍ୟକ୍ଷ ନିଜେ ଚା’ ଧରି ପହଞ୍ଚିଥିଲେ । ଏହାକୁ ବିରୋଧୀ ନାପସନ୍ଦ କରିବା ସହ ଏହି ଧାରଣା ପାଇଁ ହରିବଂଶ ସିଂ ନାରାୟଣଙ୍କୁ ଦାୟୀ କରିଥିଲେ ।

ଅନ୍ୟପଟେ, ଯେଉଁମାନେ ଗୃହରେ ଅପାମାନ କରିଥିଲେ ଆଜି ସେମାନଙ୍କ ପାଇଁ ହରିବଂଶ ସିଂ ବ୍ୟକ୍ତିଗତ ଭାବେ ଚା’ ନେଇଥିବାରୁ ମୋଦି ପ୍ରଶଂସା କରିଥିଲେ । ଉପାଧ୍ୟକ୍ଷ ହରିବଂଶ ନିଜର ଉଦାରତା ଓ ସହୃଦୟର ପ୍ରତିପାଦନ କରିଛନ୍ତି ବୋଲି ପିଏମ ଟ୍ବିଟ କରି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2020, 1:07 PM IST

ABOUT THE AUTHOR

...view details