ଓଡିଶା

odisha

ETV Bharat / bharat

ବଦ୍ରିନାଥ ଧାମ ପାଇଁ 424 କୋଟିର ମାଷ୍ଟରପ୍ଲାନ, ଭକ୍ତଙ୍କୁ ମିଳିବ ସମସ୍ତ ସୁବିଧା - Rs 424 crore master plan for Badrinath

ବଦ୍ରିନାଥରେ ସୁବିଧାକୁ ଅଧିକ ବଢାଇବା ପାଇଁ 424 କୋଟି ଟଙ୍କାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ । ଏହି ପ୍ଲାନ୍ ଅନୁଯାୟୀ ବଦ୍ରିନାଥ ମନ୍ଦିର ଚାରିପାର୍ଶ୍ଵ ତଥା ଶ୍ରଦ୍ଧାଳୁଙ୍କ ଆଗମନ ସୁବିଧାର ସୁବନ୍ଦୋବସ୍ତ କରାଯିବା ସହ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଅଧିକ ପଢନ୍ତୁ...

ବଦ୍ରିନାଥ ଧାମ ପାଇଁ 424 କୋଟିର ମାଷ୍ଟରପ୍ଲାନ, ଭକ୍ତଙ୍କୁ ମିଳିବ ସମସ୍ତ ସୁବିଧା
ବଦ୍ରିନାଥ ଧାମ ପାଇଁ 424 କୋଟିର ମାଷ୍ଟରପ୍ଲାନ, ଭକ୍ତଙ୍କୁ ମିଳିବ ସମସ୍ତ ସୁବିଧା

By

Published : Sep 5, 2020, 2:53 PM IST

ଡେରାଡୁନ: ବଦଳିବ ବଦ୍ରିନାଥ ଧାମର ରୂପରେଖ। ବଦ୍ରିନାଥରେ ସୁବିଧାକୁ ଅଧିକ ବଢାଇବା ପାଇଁ 424 କୋଟି ଟଙ୍କାର ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି। ଏହି ପ୍ଲାନ୍ ଅନୁଯାୟୀ ବଦ୍ରିନାଥ ମନ୍ଦିର ଚାରିପାର୍ଶ୍ଵ ତଥା ଶ୍ରଦ୍ଧାଳୁଙ୍କ ଆଗମନ ସୁବିଧାର ସୁବନ୍ଦୋବସ୍ତ କରାଯିବା ସହ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।

ମାଷ୍ଟରପ୍ଲାନ ଚୂଡ଼ାନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟିବା ପରେ ଚମୋଲି ଜିଲ୍ଲା ମାଜିଷ୍ଟ୍ରେଟ ସ୍ବାତୀ ଏସ୍ ଭଦୋରିଆ କହିଛନ୍ତି ଯେ, ବଦ୍ରିନାଥ ଧାମରେ ​​ତିନିଟି ପର୍ଯ୍ୟାୟରେ ବିକାଶମୂଳକ କାର୍ଯ୍ୟ କରାଯିବ। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ନେତ୍ର ହ୍ରଦ ତଥା ବଦ୍ରୀଶ ହ୍ରଦର ସୌନ୍ଦର୍ଯ୍ୟକରଣ, ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର ଓ ତା’ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ଶେଷ ପର୍ଯ୍ୟାୟରେ ମନ୍ଦିରରୁ ଶେଷ ନେତ୍ର ହ୍ରଦକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରସ୍ତାବିତ କରାଯାଇଛି।

ମାଷ୍ଟର ପ୍ଲାନ ଅନୁଯାୟୀ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବାକୁ ଥିବା ସରକାର ଏବଂ ଘରୋଇ ଭୂମି, ଘର ଓ ମୂଲ୍ୟବାନ ସମ୍ପତିର ଆକଳନ କରାଯିବ ବୋଲି ଜିଲ୍ଳା ଅଧିକାରୀ କହିଛନ୍ତି।

ABOUT THE AUTHOR

...view details