ଓଡିଶା

odisha

କୋରୋନା ମୁକାବିଲା: ସ୍ବାସ୍ଥ୍ୟସେବା ପାଇଁ 15ହଜାର କୋଟି ଘୋଷଣା

By

Published : Mar 24, 2020, 10:33 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତରେ କୋରୋନା ଭାଇରସ ମୁକାବିଲା ପାଇଁ ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ 15ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି । କୋରୋନା ମୁକାବିଲାରେ ଟେଷ୍ଟ ସୁବିଧା, ବ୍ୟକ୍ତିଗତ ସୁରକ୍ଷା, ଆଇସୋଲେସନ ବେଡ, ଆଇସିୟୁ ବେଡ୍, ଭେଣ୍ଟିଲେଟର ଏବଂ ଡାକ୍ତରୀ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ର 15,000 କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତରେ କୋରୋନା ଭାଇରସ ମୁକାବିଲା ପାଇଁ ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ 15ହଜାର କୋଟି ପ୍ୟାକେଜ ଘୋଷଣା କରିଛନ୍ତି ।

କୋରୋନା ମୁକାବିଲାରେ ଟେଷ୍ଟ ସୁବିଧା, ବ୍ୟକ୍ତିଗତ ସୁରକ୍ଷା, ଆଇସୋଲେସନ ବେଡ, ଆଇସିୟୁ ବେଡ୍, ଭେଣ୍ଟିଲେଟର ଏବଂ ଡାକ୍ତରୀ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ର 15,000 କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସ୍ବାସ୍ଥ୍ୟସେବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଏକମାତ୍ର ପ୍ରାଥମିକତା ହେବା ଉଚିତ ବୋଲି କହିଛନ୍ତି ମୋଦି ।

ଏହି କଠିନ ପରିସ୍ଥିତିରେ ଦେଶକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ କ୍ଷେତ୍ରରୁ ସହାୟତା ଲୋଡିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ସହ ଲଢିବା ପାଇଁ ଘରୋଇ ଲ୍ୟାବ ଏବଂ ଡାକ୍ତରଖାନା ସେମାନଙ୍କ ସମର୍ଥନ ଦେବା ଉଚିତ ବୋଲି କହିଛନ୍ତି ।

ଏହାସହ ମୋଦି ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ପାଥୋଲୋଜି ଲ୍ୟାବ କର୍ମଚାରୀ, ପୋଲିସ ଅଧିକାରୀ ଦେଶବାସୀଙ୍କ ଉଚ୍ଚ ପ୍ରଶଂସାର ପାତ୍ର ବୋଲି କହିଛନ୍ତି । ଏହାସହ ଏହି ଭଳି ପରିସ୍ଥିତିରେ ଗରିବ ଲୋକଙ୍କୁ ସହାୟତା ପାଇଁ ମଧ୍ୟ କହିଛନ୍ତି ପିଏମ ।

ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି 12 ଟାରୁ 21 ଦିନ ପର୍ଯ୍ୟନ୍ତ ସମଗ୍ର ଦେଶ ସମ୍ପୂର୍ଣ୍ଣ ଲକ୍‌ଡାଉନ କରିବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ଚକ୍ରକୁ ଭାଙ୍ଗିବା ପାଇଁ ଏହି 21 ଦିନ ଆବଶ୍ୟକ | ଯଦି ଏହି 21 ଦିନକୁ ଆମେ ସମ୍ଭାଳିବା ନାହିଁ ତେବେ ଅନେକ ପରିବାର ନଷ୍ଟ ହୋଇଯିବେ |

@IANSଇନପୁଟ

ABOUT THE AUTHOR

...view details