ବେଙ୍ଗାଲୁରୁ : କର୍ଣ୍ଣାଟକର ଗ୍ରୃପ ଡି କର୍ମଚାରୀଙ୍କ ପାଇଁ ଖୁସି ଖବର । ଦରମା ସହିତ (ରିକ୍ସ ଆଲାଉନ୍ସ) ବାବଦକୁ ମାସିକ 10 ହଜାର ଟଙ୍କା ଅଧିକ ପାଇବେ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକର ସ୍ବାସ୍ଥ୍ୟ ଓ ମେଡିକାଲ ବିଭାଗର ମନ୍ତ୍ରୀ କେ.ସୁଧାକର । କୋରୋନା କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଗୃପ ଡିର କର୍ମଚାରୀମାନେ ଡ୍ୟୁଟି ଶେଷ ହେବା ପରେ ଏହି ଟଙ୍କା ପାଇବେ । ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ହସପିଟାଲ ଗୁଡିକରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଦରମା ସହିତ ଏହି ଭତ୍ତା 6 ମାସ ପର୍ଯ୍ୟନ୍ତ ମିଳିବ ।
କୋଭିଡ ଯୋଦ୍ଧା ପାଇବେ ମାସିକ 10,000 ରିସ୍କ ଆଲାଉନ୍ସ: କର୍ଣ୍ଣାଟକ ସରକାର - କର୍ଣ୍ଣାଟକ ସରକାର
କର୍ଣ୍ଣାଟକର ଗ୍ରୃପ ଡି କର୍ମଚାରୀଙ୍କ ପାଇଁ ଖୁସି ଖବର । ଦରମା ସହିତ (ରିକ୍ସ ଆଲାଉନ୍ସ) ବାବଦକୁ ମାସିକ 10 ହଜାର ଟଙ୍କା ଅଧିକ ପାଇବେ କର୍ମଚାରୀ । ଅଧିକ ପଢନ୍ତୁ....
ସେହିପରି, ବିଭିନ୍ନ କୋଭିଡ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଏହି ଭତ୍ତା ପାଇବେ । କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର,ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ନୂଆ ଡ୍ୟୁଟି ରୋଷ୍ଟର ଲାଗୁ କରାଯାଇଛି। କୋଭିଡ କେୟାର ସେଣ୍ଟରେ ନିୟୋଜିତ ଥିବା ସମସ୍ତ କର୍ମୀ ଓ ଡାକ୍ତରମାନେ 10 ଦିନ କାର୍ଯ୍ୟ କରିସାରିବା ପରେ 4 ଦିନ ଛୁଟି ପାଇବେ । କୋରୋନା ସଂକ୍ରମକୁ ଦୃଷ୍ଟିରେ ରଖି ସମସ୍ତଙ୍କର କୋରୋନା ପରୀକ୍ଷା କରାଯିବା । କର୍ଣ୍ଣାଟକରେ ମଙ୍ଗଳବାର 2,496 ନୂଆ କୋଭିଡ ମାମଲା ଆସିଥିବା ବେଳେ 87 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44,077ରେ ପହଞ୍ଚିଛି ।
ସୌଜନ୍ୟ @ IANS