ଓଡିଶା

odisha

ETV Bharat / bharat

ଚିନ୍ତା ବଢାଇଲା ମହିଳା ଯାତ୍ରୀଙ୍କ ହ୍ବାଟ୍ସଅପ ଗ୍ରୁପ

ଉଦ୍ଦେଶ୍ୟ ଥିଲା ମହିଳାଯାତ୍ରୀଙ୍କୁ ସାହାଯ୍ୟ କରିବା । ଏହି ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟ ନେଇ ଏକ ମହତ୍ବକାଂକ୍ଷା ମିଶନ ଆରମ୍ଭ କରିଥିଲା ଆରପିଏଫ(RPF)।

By

Published : Mar 5, 2019, 2:20 PM IST

ଫାଇଲ ଫଟୋ

ମୁମ୍ବାଇ: ଉଦ୍ଦେଶ୍ୟ ଥିଲା ମହିଳାଯାତ୍ରୀଙ୍କୁ ସାହାଯ୍ୟ କରିବା । ଏହି ସହାୟତା ଯୋଗେଇ ଦେବା ଉଦ୍ଦେଶ୍ୟ ନେଇ ଏକ ମହତ୍ବକାଂକ୍ଷା ମିଶନ ଆରମ୍ଭ କରିଥିଲା ଆରପିଏଫ(RPF)। ତିନି ବର୍ଷ ପୂର୍ବେ ଫେବୃଆରୀ 2016ରେ ପଶ୍ଚିମ ରେଲୱେ ସୁରକ୍ଷା ବଳ (RPF) ପକ୍ଷରୁ ଗଠନ ହୋଇଥିଲା 'ଆରପିଏଫ ସଖୀ' ନାମକ ଏକ ୱାସଅପ ଗ୍ରୁପ । ଯାହାର ଉଦ୍ଦେଶ୍ୟ ଅଧିକରୁ ଅଧିକରୁ ମହିଳା ଯାତ୍ରୀଙ୍କୁ ଏଥିରେ ଯୋଡିବା ସହ ସେମାନଙ୍କ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟ ଥିଲା ।

ମାତ୍ର 3ବର୍ଷ ମଧ୍ୟରେ ଏହି ହ୍ବାଟ୍ସଅପ ଗ୍ରୁପ ନିଜ ପ୍ରାସଙ୍ଗିକତା ହରାଇବାରେ ଲାଗିଛି । କାରଣ ଦିନକୁ ଦିନ ଏହି ଗ୍ରୁପରେ ଆସୁଥିବା ଅଧିକରୁ ଅଧିକ ମାସେଜ ସ୍ପମ(ଅଦରକାରୀ ଓ ଭିତ୍ତିହୀନ) ବୋଲି ଜଣାପଡିଛି ।

ଗଠନ ହୋଇଥିବା ଏହି ସଖୀ-1ରୁ ସଖୀ-8 ୱାସଅପ ଗ୍ରୁପରେ ପାଖାପାଖି 1,100 ମହିଳା ଯାତ୍ରୀ ଯୋଡି ହୋଇ ରହିଛନ୍ତି । କୌଣସି ମହିଳା ଯାତ୍ରୀ ଏମରଜେନ୍ସି ଅବସ୍ଥାରେ ଥିଲେ ସେ ମହିଳା ଅଧିକାରୀଙ୍କ ସହ ୱାସଅପରେ ସିଧାସଳଖ ମେସେଜ କରିବା ସହ ସାହାଯ୍ୟ କରିପାରିବେ । ମାତ୍ର ଏବେ ଏହି ଏହି ଗ୍ରୁପ ମହିଳାଯାତ୍ରୀ ଓ ମହିଳା ଅଧିକାରୀଙ୍କ ପାଇଁ ବଡ ସମସ୍ୟା ହୋଇ ଉପୁଜିଛି ।

ଏହି କାରଣରୁ ଅନେକ ମହିଳା ଏହି ଗ୍ରୁପରୁ ଛାଡୁଥିବା ଜଣାପଡିଛି । 2017-18 ମସିହାରେ ସଖୀ ଗ୍ରୁପରେ 1,500 ମହିଳାଯାତ୍ରୀ ସାମିଲ ହୋଇଥିବାବେଳେ ଏବେ ଏହି ସଂଖ୍ୟା 1,100ରୁ କମ ସଂଖ୍ୟାରେ ପହଞ୍ଚିଛି ।

ABOUT THE AUTHOR

...view details