ଓଡିଶା

odisha

ETV Bharat / bharat

ମନ୍ଦିର ସ୍ତମ୍ଭରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଛବି, ଭିଡିଓ ଭାଇରାଲ - ତେଲେଙ୍ଗାନା

ତେଲେଙ୍ଗାନାର ୟାଦାଦ୍ରି ସ୍ଥିତ ଶ୍ରୀ ମହାଲକ୍ଷ୍ମୀନରସିମା ସ୍ବାମୀ ମନ୍ଦିରର 'ଅଷ୍ଟଭୂଜା ମଣ୍ଡପ'ର ସ୍ତମ୍ଭରେ ଅଙ୍କାହୋଇଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଛବି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 8, 2019, 10:13 AM IST

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ଛବି ଓ ତାଙ୍କ ଦଳର ଚିହ୍ନ(ଆମ୍ବାସାଡର କାର) ଏକ ମନ୍ଦିରର ସ୍ତମ୍ଭରେ ଅଙ୍କାହୋଇଥିବା ଦେଖିବାକୁ ମିଳିଛି । ଏନେଇ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନାମୁତାବକ, ତେଲେଙ୍ଗାନାର ୟାଦାଦ୍ରି ଠାରେ ଥିବା ଶ୍ରୀ ମହାଲକ୍ଷ୍ମୀନରସିମା ସ୍ବାମୀ ମନ୍ଦିରର 'ଅଷ୍ଟଭୂଜା ମଣ୍ଡପ'ର ସ୍ତମ୍ଭରେ ରାଜନୈତିକ ଚିତ୍ର ଅଙ୍କାହୋଇଛି । ତେବେ ତେଲେଙ୍ଗାନା ସରକାରଙ୍କର ଉନ୍ନତି ମୂଳକ ଯୋଜନା ହରିତହରମ, କେ. ଚନ୍ଦ୍ର ଶେଖର ରାଓଙ୍କ ଚିତ୍ର ସହ ମହାତ୍ମାଗାନ୍ଧୀ, ଜବହାରଲାଲ ନେହରୁଙ୍କ ଭଳି ରାଷ୍ଟ୍ରୀୟ ନେତାଙ୍କ ଚିତ୍ର ମଧ୍ୟ ଅଙ୍କା ଯାଇଛି । ଏହାବ୍ୟତୀତ ମନ୍ଦିରର ବାହ୍ୟ ଭାଗରେ ମୁସଲିମ ଧାର୍ମିକର ପ୍ରତୀକ ଭାଇରାଲ ହୋଇଛି ।

ABOUT THE AUTHOR

...view details