ଓଡିଶା

odisha

ETV Bharat / bharat

ଜନ୍ମଦିନରେ ଡାକ୍ତରଙ୍କୁ ପିପିଇ କିଟ ବାଣ୍ଟିଲେ ରବର୍ଟ ଭଦ୍ରା - ରବର୍ଟ ଭଦ୍ରା

କୋରୋନା ଯୁଦ୍ଧରେ ନିଜକୁ ସାମିଲ କଲେ ରବର୍ଟ ଭଦ୍ରା । ନିଜ ଜନ୍ମ ଦିନରେ ଡାକ୍ତରଙ୍କୁ ପିପିଇ କିଟ ବାଣ୍ଟିଛନ୍ତି ରବର୍ଟ ଭଦ୍ରା । ଅଧିକ ପଢନ୍ତୁ...

ଜନ୍ମ ଦିନରେ ଡାକ୍ତରଙ୍କୁ ପିପିଇ କିଟ ବାଣ୍ଟିଲେ ରବର୍ଟ ଭଦ୍ରା
ଜନ୍ମ ଦିନରେ ଡାକ୍ତରଙ୍କୁ ପିପିଇ କିଟ ବାଣ୍ଟିଲେ ରବର୍ଟ ଭଦ୍ରା

By

Published : Apr 19, 2020, 11:25 AM IST

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ଡାକ୍ତରଙ୍କ ଭୂମିକା ଅନନ୍ୟ । ସଂକ୍ରମଣକୁ ରୋକିବାରେ ଦିନ ରାତି ଏକ କରି ଲୋକଙ୍କ ସେବାରେ ଲାଗିଛନ୍ତି ଏମାନେ । ତେବେ ଏହି ଡାକ୍ତରଙ୍କ ପାଇଁ ଚିନ୍ତା କରିଛନ୍ତି ରବର୍ଟ ଭଦ୍ରା । ଶନିବାର ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ଗୋବିନ୍ଦ ବଲାଭ ପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଜିପିଏମ୍ଆର୍) କୁ 60 ଟି ବ୍ୟକ୍ତିଗତ (ପିପିଇ) କିଟ୍ ଦାନ କରିଛନ୍ତି ।

ସୋନିଆ ଗାନ୍ଧୀଙ୍କ ଜାମାତା ରବର୍ଟ ଭଦ୍ରା କହିଛନ୍ତି, କରୋନାଭାଇରସ୍ କାରଣରୁ ଡାକ୍ତରଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିପାଇଁ ମୁଁ ଜିପିଏମରକୁ ପିପିଇ କିଟ୍ ଦାନ କରିଛି । ଏହାସହ ଅସହାୟ ଲୋକଙ୍କୁ ରାସନ ମଧ୍ୟ ପ୍ରଦାନ କରୁଛି ।

ତେବେ ଏହି ପରିପ୍ରେକ୍ଷୀରେ GIPMER ତରଫରୁ ରବର୍ଟ ଭଦ୍ରାଙ୍କୁ ଧନ୍ୟବାଦ ଜଣାଯାଇଛି । ସମଗ୍ର ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା 15,723 ବୋଲି ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ସେହିପରି ଦେଶରେ 2,463 ରୋଗୀ ଆରୋଗ୍ୟ ହୋଇଛନ୍ତି କିମ୍ବା ଡିସଚାର୍ଜ ହୋଇଥିବାବେଳେ ଦେଶରେ 521 ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ।

ABOUT THE AUTHOR

...view details