ଓଡିଶା

odisha

ETV Bharat / bharat

କାରଗିଲ କାହାଣୀ: ବିଜୟ ପଥରେ ବୋଫର୍ସର ଭୂମିକା - kargil story

କାରଗିଲର ଉଚ୍ଚତାରେ ପାକିସ୍ତାନକୁ ପରାସ୍ତ କରିବାରେ ଆର୍ଟିଲିରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିିଥିଲା । ବିଭିନ୍ନ ଉଦ୍ଦେଶ୍ୟରେ ଅପରେସନ୍ କ୍ଷେତ୍ରରେ ଆର୍ଟିଲିରି ବନ୍ଧୁକ, ହାୱିଜର୍, ମୋର୍ଟାର ଓ ଗୋଟିଏ ରକେଟ୍ ବ୍ୟାଟେରୀକୁ ନେଇ ପ୍ରାୟ 50ଟି ଫାୟାର ୟୁନିଟ୍ ନିୟୋଜିତ ହୋଇଥିଲା ।

The Artillery In Kargil Victory
କାରଗିଲ କାହାଣୀ

By

Published : Jul 26, 2020, 1:00 PM IST

ହାଇଦ୍ରାବାଦ: କାରଗିଲର ଉଚ୍ଚତାରେ ପାକିସ୍ତାନକୁ ପରାସ୍ତ କରିବାରେ ଆର୍ଟିଲିରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏଲଓସିର ଉଭୟ ପାର୍ଶ୍ବରେ ଶତ୍ରୁ ଲକ୍ଷ୍ୟଗୁଡିକ ନିୟୋଜିତ ହୋଇଥିଲା । ବିଭିନ୍ନ ଉଦ୍ଦେଶ୍ୟରେ ଅପରେସନ୍ କ୍ଷେତ୍ରରେ ଆର୍ଟିଲିରି ବନ୍ଧୁକ, ହାୱିଜର୍, ମୋର୍ଟାର ଓ ଗୋଟିଏ ରକେଟ୍ ବ୍ୟାଟେରୀକୁ ନେଇ ପ୍ରାୟ 50ଟି ଫାୟାର ୟୁନିଟ୍ ନିୟୋଜିତ ହୋଇଥିଲା । ଏହି ୟୁନିଟ୍ ଗୁଡିକ ପ୍ରାୟ 250,000 ରାଉଣ୍ଡ ଗୁଳି ଚଳାଇଥିଲେ ।

ମଧ୍ୟମ ବନ୍ଧୁକ ଗୁଡିକ ସମୁଦାୟ ଗୁଳିର ପ୍ରାୟ 30 ପ୍ରତିଶତ ଗୁଳି ଚଳାଇଥିଲା । 5 ମିନିଟ୍ ମଧ୍ୟରେ 1200 ରାଉଣ୍ଡରୁ ଅଧିକ ଉଚ୍ଚ ବିସ୍ଫୋରକ 4875 ଟୋଲିଙ୍ଗ୍ ଓ ଟାଇଗର ହିଲକୁ ନିକ୍ଷେପ କରାଯାଇଥିଲା । ମାଉଣ୍ଟେନ୍ ୱେୟାର ଫେୟାର, ଫିଲ୍ଡ ବନ୍ଧୁକ, 155-ମିମି ବୋଫର୍ସ ହାୱିଜର୍ସ, 130-ମିମି ମଧ୍ୟମ ବନ୍ଧୁକ ଏପରିକି 122-ମିମି ଗ୍ରେଡ୍ ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚରେ ଏକ ପ୍ରଭାବଶାଳୀ ଅଭିନବ ଭାବରେ ସିଧାସଳଖ ଗୁଳି ଚଳାଇବାରେ ନିୟୋଜିତ ହୋଇଥିଲା । ଟାର୍ଗେଟ ଗୁଡିକ 17 କିଲୋମିଟର ଦୂରତାରେ ନିୟୋଜିତ ହୋଇଥିଲା ।

ପର୍ଯ୍ୟବେକ୍ଷଣ ଅଧିକାରୀ ଓ କମାଣ୍ଡର୍ସ ନିଜ ଆକ୍ରମଣକାରୀ ସୈନ୍ୟ ସହ ଆଗକୁ ବଢିଥିଲେ । କିଛି ଅସ୍ତ୍ରଶସ୍ତ୍ର ସହ ସେନା ଆଗକୁ ବଢିଥିଲା । ଏଥିରେ ଅନେକ ଅଧିକାରୀ ଆହତ ହୋଇଥିବା ବେଳେ ଅନେକ ଶହୀଦ ହୋଇଥିଲେ । ଫରୱାର୍ଡ ପର୍ଯ୍ୟବେକ୍ଷଣ ଅଧିକାରୀ ରାଇଫଲ ପ୍ଲାଟୁନର ଦାୟିତ୍ବ ଗ୍ରହଣ କରିଥିଲେ ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ କାବୁ କରିବାକୁ ଆଗେଇ ଚାଲିଥିଲେ ।

35 କିଲୋମିଟର ଭେଦ କରିପାରୁଥିବା ବୋଫର୍ସ କିନ୍ତୁ ଦୁଇ ସେନା ମଧ୍ୟରେ ପ୍ରାର୍ଥକ୍ୟକୁ ପ୍ରମାଣିତ କରିଥିଲା । ବୋଫର୍ସ 12 ସେକେଣ୍ଡରେ 3 ରାଉଣ୍ଡ ଗୁଳି ଚଲାଇପାରେ । ପାଖାପାଖି 90 ଡିଗ୍ରୀ କୋଣରେ ଶତ୍ରୁ ପୋଷ୍ଟକୁ ଟାର୍ଗେଟ କରିବାରେ ଏହା ସଫଳ ହୋଇଥିଲା । ବୋଫର୍ସ ବନ୍ଧୁକଗୁଡିକ ମର୍ସିଡିଜ୍ ବେଞ୍ଜ୍ ଇଞ୍ଜିନ୍ ଦ୍ବାରା ଚାଳିତ । ପାକିସ୍ତାନ ସୈନ୍ୟର ସୈନ୍ୟ ଉପରେ କାଉଣ୍ଟର ଆକ୍ରମଣ କରିବା ପାଇଁ ସାହାଯ୍ୟ କରିଥିଲା ।

କାରଗିଲ ଯୁଦ୍ଧରେ ବୋଫର୍ସ ବନ୍ଧୁକ ପାକିସ୍ତାନ ସୈନ୍ୟବାହିନୀକୁ ବହୁ କ୍ଷତି ପହଞ୍ଚାଇଛି । ଏହା ପ୍ରଥମ ଥର ଥିଲା ଯେ ବୋଫର୍ସ ବନ୍ଧୁକକୁ ସିଧାସଳଖ ଅଗ୍ନି ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା | କାରଗିଲ ସେକ୍ଟରର ଅଧିକାଂଶ ଭୂମି 8,000 ଫୁଟ ଉଚ୍ଚରେ ଅବସ୍ଥିତ । ଏହି ଉଚ୍ଚତାରେ ଆର୍ଟିଲିରି ଶକ୍ତି ସୈନ୍ୟବାହିନୀର ଯୁଦ୍ଧ କ୍ଷମତାକୁ ପ୍ରତିବନ୍ଧିତ କରେ । କାରଗିଲ ଯୁଦ୍ଧରେ ସରକାର କେବଳ ବାୟୁସେନାର ସୀମିତ ବ୍ୟବହାରକୁ ଅନୁମତି ଦେଇଥିଲେ।

ପାକିସ୍ତାନୀ ସୈନ୍ୟକୁ ବିତାଡିତ କରିବା ପରିସ୍ଥିତିରେ ଭାରତୀୟ ସେନା ଏକ ଭୟଙ୍କର କାର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଅନେକ ଉତ୍ତର ଲାଇଟ୍ ଇନଫାନଟ୍ରୀ ରେଜିମେଣ୍ଟରେ ଫସିଯାଇଥିଲେ । 155 ମିଲିମିଟର FH77 ବୋଫର୍ସ ବନ୍ଧୁକ ପାକିସ୍ତାନୀ ସେନା ସହିତ ଉପଲବ୍ଧ ଯେକୌଣସି ମଧ୍ୟମ ଆର୍ଟିଲିରି ବନ୍ଧୁକ ଅପେକ୍ଷା ଭଲ ଥିଲା । 2003 ରେ ଅସ୍ତ୍ରବିରତି ଚୁକ୍ତି ସ୍ବାକ୍ଷରିତ ନହେବା ପର୍ଯ୍ୟନ୍ତ ବୋଫର୍ସ, ଭାରତୀୟ ସେନାକୁ ପାକିସ୍ତାନୀ ସୈନ୍ୟବାହିନୀକୁ ଚୁପ୍ ରଖିବାକୁ ସାହାଯ୍ୟ କରିଥିଲା ।

ABOUT THE AUTHOR

...view details