ଓଡିଶା

odisha

ETV Bharat / bharat

ତିନି ସପ୍ତାହ ପରେ ଖୋଲିଲା ରୋହତାଙ୍ଗ ମାର୍ଗ - ତିନି ସପ୍ତାହ ପରେ ଖୋଲିଲା ରୋହତାଙ୍ଗ ମାର୍ଗ

ଶନିବାର ସନ୍ଧ୍ୟାରେ ଖୋଲିଛି ରୋହତାଙ୍ଗ ମାର୍ଗ । ଏବେ ଲାହୌଲ ଓ ମନାଲୀ ରାସ୍ତା ମଧ୍ୟରେ ସମ୍ଭବ ହେଲା ଯାତାୟତ । ଅଧିକ ପଢନ୍ତୁ....

rohtang
ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Dec 8, 2019, 11:24 AM IST

ସିମଲା: ହିମାଚଳପ୍ରଦେଶରେ ଜାରି ରହିଛି ବରଫପାତ । ଗତ ତିନି ସପ୍ତାହ ଧରି ବରଫରେ ଆଚ୍ଛାଦିତ ଥିବା ରୋହତାଙ୍ଗ ମାର୍ଗ ଶନିବାର ଖୋଲାଯାଇଛି । ସୀମା ସଡକ ସଂଗଠନ(ବିଆରଓ) ଦୀର୍ଘ 7 ଦିନର କଡା ପରିଶ୍ରମ ପରେ ରାସ୍ତାରୁ ବରଫ ହଟାଇବାରେ ସଫଳ ହୋଇଛନ୍ତି । ଫଳରେ ରବିବାର ଯାନବାହାନ ଗୁଡିକ ଲାହୌଲ ଓ ମନାଲି ଯାତାୟତ କରିବା ନେଇ ଅନୁମତି ମିଳିବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିଆରଓ ପକ୍ଷରୁ ପାଞ୍ଚ ଫୁଟରେ ଜମା ରହିଥିବା ବରଫକୁ ସାତ ଦିନ ଭିତରେ କଟାଯାଇ ସଫା କରାଯାଇଛି । ସେହିପରି ଲାହୌଲ ଘାଟିରେ ଫସି ରହିଥିବା ଲୋକମାନେ ଲାହୌଲ ଓ ମନାଲୀ ପହଞ୍ଚିପାରିବେ । ଆଉ ଏଠିରେ ଫସିରହିଥିବା 500 ପେଟିର ସେଓ ଗାଡିକୁ ମଧ୍ୟ ବାହାର କରାଯାଇପାରିବ ।

ହାଡଭଙ୍ଗା ଶୀତରେ ରକ୍ତ ଜମାଟ ବାନ୍ଧି ଦେବାଭଳି ଥଣ୍ଡାରେ କଠିନ ପରିଶ୍ରମ କରି ବିଆରଓ ଯବାନ ମାନେ ଦିନ ରାତି ଏକ କରି ହଟାଇଛନ୍ତି । ନଭେମ୍ବର ମାସରୁ ଆଜିପର୍ଯ୍ୟନ୍ତ 4 ଥର ରୋହତାଙ୍ଗ ମାର୍ଗରୁ ବରଫ ହଟାସରିଛି । ତେବେ ବର୍ତ୍ତମାନ ସମୟରେ କୋକସର ଓ ମଢୀରେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚିଛି । ତେବେ ରୋହତାଙ୍ଗ ମାର୍ଗ ଖୋଲାହେବା ସହ ପ୍ରଶାସନର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି । କୋକସର ଓ ମଢୀ ରେ ଥିବା ରେସ୍କ୍ୟୁ ପୋଷ୍ଟର ଯବାନ ମାନଙ୍କୁ ସତର୍କ ରହିବାକୁ ପଡିବ ।

ସୀମା ସଡକ ସଂଗଠନର କମାଣ୍ଡର କର୍ଣ୍ଣଲ ଉମା ଶଙ୍କର କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ରୋହତାଙ୍ଗ ମାର୍ଗ ଖୋଲାଯାଇଥିବାବେଳେ ରବିବାର ଗାଡିମୋଟର ଯିବା ଆସିବା କରିପାରିବ ।

For All Latest Updates

TAGGED:

ABOUT THE AUTHOR

...view details