ନୂଆଦିଲ୍ଲୀ: 16 ଜାନୁଆରୀରୁ ସାରା ଦେଶରେ ଆରମ୍ଭ ହେବ କୋରୋନା ଟୀକାକରଣ । ଏଥି ପାଇଁ କେନ୍ଦ୍ରସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି । ସାରା ଦେଶରେ କୋଭାକ୍ସିନର ପ୍ରସ୍ତୁତିକୁ ନେଇ ଡ୍ରାଏ ରନ କାର୍ଯ୍ୟକ୍ରମ କରାଯାଇଛି । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ଭାବରେ ଶେଷ ହୋଇଛି ।
ହରିୟାଣାର ରୋହତକର ଭାରତ ବାୟୋଟେକର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଭାରତ ବାୟୋଟେକ ଦେଶବ୍ୟାପୀ 25800 ସ୍ବେଚ୍ଛାସେବୀଙ୍କୁ ଭ୍ୟାକ୍ସିନର ଡୋଜ ଦିଆଯାଇଛି । କେବଳ ରୋହତକରେ ପିଜିଆଇଏମଏମରେ 460 ସ୍ବେଚ୍ଛାସେବୀଙ୍କୁ କୋରୋନା ଭ୍ୟାକ୍ସିନର ଡୋଜ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରାଏଲରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ । ରୋହତକ ପିଜିଆଇଏମଏମ କୋଭାକ୍ସିନର ସହସଂଯୋଜକ ଡକ୍ଟର ରମେଶ ବର୍ମା କହିଛନ୍ତି ଯେ ଟିକା ପ୍ରୟୋଗ କରିବା ପରେ କୌଣସି ସ୍ବେଚ୍ଛାସେବୀଙ୍କର ସ୍ବାସ୍ଥ୍ୟଗତ କ୍ଷତି ଦେଖାଯାଇନାହିଁ । ଏହି ଟିକା ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଏବଂ ବିଭିନ୍ନ କର୍ମଚାରୀଙ୍କୁ ପ୍ରୟୋଗ କରାଯାଇଛି ବୋଲି କହିଛନ୍ତି ।