ଓଡିଶା

odisha

ETV Bharat / bharat

ଏନଡି ତିୱାରୀଙ୍କ ପୁଅ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ଶ୍ବାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

ଏନଡି ତିୱାରୀଙ୍କ ପୁଅ ରୋହିତ ତିୱାରୀଙ୍କ ମୃତ୍ୟୁ ମାମଲାରେ ନୂଆମୋଡ । ସ୍ବାଭାବିକ ନୁହେଁ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

By

Published : Apr 19, 2019, 7:20 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ୟୁପି ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ହୋଇଥିଲା ସନ୍ଦିଗ୍ଧ ମୃତ୍ୟୁ । ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି । ରୋହିତଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ । ବରଂ ଶ୍ବାସରୁଦ୍ଧ ହୋଇଥିବାରୁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା ହୋଇଛି । ତକିଆ ଚାପି ତାଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଗୁରୁବାର ଦିଲ୍ଲୀ ପୋଲିସ ନିକଟରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି ତାଙ୍କ ମା’ । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବା ନେଇ ଜଣାପଡିଛି । ସେପଟେ ରୋହିତଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁସାରେ ତାଙ୍କ ଘରେ ୭ଟି ସିସିଟିଭି କ୍ୟାମେରା ଲାଗିଛି । ଯେଉଁଥିରୁ ୨ଟି କାମ କରୁ ନାହିଁ । ତେବେ ଏସବୁକୁ ଗୁରୁତର ସହ ନେଇ ହତ୍ୟା ଆଧାରରେ ତଦନ୍ତ କରୁଛି ପୋଲିସ ।

ତିନି ଦିନ ପୂର୍ବରୁ ୪୦ ବର୍ଷୀୟ ରୋହିତଙ୍କ ଘରୁ ତାଙ୍କ ମୃତଦେହ ମିଳିଥିଲା । ଏହି ସମୟରେ ତାଙ୍କ ନାକରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା ।

ABOUT THE AUTHOR

...view details