ନୂଆଦିଲ୍ଲୀ: ଏଥର ବାସନ ମାଜିବ ରୋବର୍ଟିକ ଡିସୱାସର। ଯେତେ ଅଧିକ ବାସନ ଥିଲେ ବି ବିନା ଟେନସନରେ ମାଜିବ ଏହି ଡିସୱାସର । ଏକ ଆମେରିକୀୟ ଷ୍ଟାର୍ଟଅପ ଏହାକୁ ତିଆରି କରିଛନ୍ତି । ଏକାଥରେକେ ରୋବର୍ଟିକ ଡିସୱାସରଟି 100ଟି ପ୍ଲେଟ ସଫା କରିପାରେ। ପ୍ରାୟ 5 ଲକ୍ଷ କର୍ମଚାରୀ ଆମେରିକାରରେ ବାସନ ମାଜିବା କାମ କରନ୍ତି । ହେଲେ ଏହି କାମ ସେମାନଙ୍କ ପାଇଁ କଷ୍ଟକର ହୋଇପଡେ । ଆଉ ସେହି ହିସାବରେ ତାଙ୍କୁ ମିଳେ ନାହିଁ ଦରମା ।
ଏବେ ବାସନ ମାଜିବ ରୋବର୍ଟିକ ଡିସୱାସର - hundred
ମଣିଷ ବଦଳରେ ଏଥର ବାସନ ମାଜିବ ରୋବର୍ଟିକ ଡିସୱାସର। ଆଉ କଷ୍ଟ କରିବାକୁ ପଡିବ ନାହିଁ । ରୋବର୍ଟିକ ଡିସୱାଶର ଆପଣଙ୍କ କାମକୁ କରିବ ହାଲୁକା।
ପ୍ରତିକାତ୍ମକ ଫଟୋ
ତେବେ ଏହି ଟେକନୋଲୋଜି କାମକୁ ସହଜ କରିଦେବ । ଏହି ନୂଆ ରୋବର୍ଟିକ ଡିସୱାସରରେ କେବଳ ପ୍ଲେଟ ଏବଂ ଛୋଟଛୋଟ ଗିନା ଧୋଇ ହେବ । ଖୁବ ଶୀଘ୍ର ଏଥିରେ ଅନ୍ୟ ବାସନମଧ୍ୟ ଧୋଇ ହେବାର ବ୍ୟବସ୍ଥା କରାଯାଉଛି । ଏହି ରୋବର୍ଟର ତଳ ଭାଗରେ ଏକ ମେଟାଲର ଖଣ୍ଡ ଲଗାଯାଇଛି ଯାହା ଅନ୍ୟ ଡିସୱାଶର ଠାରୁ ଅନେକ ଗୁଣ ଅଧିକ ମଜବୁତ ।
ବାସନ ମାଜିବା ପାଇଁ ପ୍ଲେଟ ଗୁଡିକୁ ପ୍ରଥମେ ସଜାଡି ରଖିବା ପରେ ଡିସୱାଶର ଗୋଟିଏ ଗୋଟିଏ କରି ଉଠାଇ ଏଥିରୁ ଅଇଁଠା ଖାଦ୍ୟ ସଫା କରିଥାଏ । ଏହାପରେ ସେ ସେନସର ଏବଂ କ୍ୟାମେରାରେ ସଫା କରିଥିବା ବାସନକୁ ଭଲ ଭାବେ ସଫା ହୋଇଛି କି ନାହିଁ ଯାଞ୍ଚ ମଧ୍ୟ କରେ ।