ଓଡିଶା

odisha

ETV Bharat / bharat

ନାଲି ଶାଢୀ ପିନ୍ଧି ସୋ’ରୁମରେ ସାନିଟାଇଜର ଦେଲା ରୋବଟ, ଭିଡିଓ ଭାଇରାଲ - video-goes-viral-on-social-media

ତାମିଲନାଡୁର ଏକ ଶାଢୀ ଶୋ’ରୁମରେ ନାଲି ଶାଢୀରେ ବୁଲୁଛି ରୋବଟ। ଆସୁଥିବା ଗ୍ରାହକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସାନିଟାଇଜର ଦେଉଛି। ତେବେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ଛାଇଯାଇଛି।

ନାଲି ଶାଢୀ ପିନ୍ଧି ସୋ ରୁମରେ ସାନିଟାଇଜର ଦେଉଛି ରୋବଟ
ନାଲି ଶାଢୀ ପିନ୍ଧି ସୋ ରୁମରେ ସାନିଟାଇଜର ଦେଉଛି ରୋବଟ

By

Published : Jul 28, 2020, 8:19 AM IST

ନୂଆଦିଲ୍ଲୀ: ସୁନ୍ଦର ଶରୀର। ସୌନ୍ଦର୍ଯ୍ୟର ସମସ୍ତ ଉପମା ଏଠି କମ ପଡିବ। ଥରେ ଦେଖିଲେ ଆଖି ଲାଖିଯିବାଟା ସ୍ବଭାବିକ। କାରଣ ତାକୁ ନାଲି ଶାଢୀରେ ଦେଖିଲେ କେଉଁ ସୁନ୍ଦରୀଠୁ ବି ସେ କିଛି କମ ନୁହେଁ। ଆପଣ ଭାବୁଥିବେ ଏହା କେଉଁ ନାରୀର ରୂପଚର୍ଯ୍ୟା କରାଯାଉଛି। ହେଲେ ଏହା ହେଉଛି ନାରୀ ରୂପଧାରୀ ଭାଇରାଲ ହେଉଥିବା ଏକ ରୋବଟର ବର୍ଣ୍ଣନା। ଏହି ନିଆରା ରୋବଟ ବିଷୟରେ ଯେତେ କହିଲେ ବି ତାହା କମ ପଡିବ।

ବର୍ତ୍ତମାନ ସମୟରେ ଦେଶ ମହାମାରୀ ସହ ଲଢୁଛି । ଏହି ଭାଇରସ ପ୍ରଭାବରେ ଅନେକ କୋରୋନା ଯୋଦ୍ଧା ନିଜର ପ୍ରାଣ ବଳିଦାନ ଦେଇସାରିଲେଣି। ତେବେ ଏହି ସଂକ୍ରମଣର ମାତ୍ରାକୁ କମେଇବା ପାଇଁ ବିଭିନ୍ନ ମେଡିକାଲରେ ରୋଗୀଙ୍କ ସେବା ପାଇଁ ରୋବଟ ନିୟୋଜିତ କରାଯାଉଛି। ତେବେ ଆଗରୁ ଏମିତି ବିଭିନ୍ନ ରୋବଟ ଦେଖିଥିବେ ହେଲେ ବର୍ତ୍ତମାନ ଯେଉଁ ରୋବଟ କଥା ଶୁଣୁଛନ୍ତି ତାହା ଟିକେ ନିଆରା।

ଭିଡିଓରେ ଦେଖୁଥିବା ଏ ଦୃଶ୍ୟଟି ହେଉଛି ତାମିଲନାଡୁର ଏକ ଶାଢୀ ଶୋ’ରୁମର। ଯେଉଁଠି ରୋବଟଟିକୁ ନାରୀର ଆଭୂଷଣରେ ସଜ୍ଜା ଯାଇଛି। ତେବେ ନୂଆ ବୋହୂ ଚାଲିବା ପରି ରୋବଟଟି ଚାରିଆଡେ ବୁଲୁଛି ଓ ଆସୁଥିବା ଲୋକଙ୍କୁ ସାନିଟାଇଜର ଦେଉଛି।

ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସୁଧା ରମଣ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ୱିତୀୟ ଥର ପାଇଁ ସେ ସେୟାର କରିବା ସହ ବ୍ୟବସାୟୀ ହର୍ଷ ଗୋଏଙ୍କାଙ୍କ ଦ୍ୱାରା ସେୟାର କରାଯାଇଛି।

ଏହି ଭିଡିଓ ସେୟାର କରି ସୁଧା ରମଣ କ୍ୟାପସନରେ ଲେଖିଛନ୍ତି, ତାମିଲନାଡୁର ଟେକ୍ସଟାଇଲ୍ ଶୋ’ରୁମରେ ଟେକ୍ନୋଲୋଜି ସଠିକ୍ ଭାବରେ ବ୍ୟବହୃତ ହୋଇଛି। ଶାଢୀ ପିନ୍ଧିଥିବା ଏକ ମ୍ୟାନିକୁଇନ ରୋବଟ୍ ଗ୍ରାହକମାନଙ୍କୁ ଶୋ’ରୁମରେ ହାତ ସଫା କରିବାକୁ ସାନିଟାଇଜର ଦେଉଛି।

ଏହି 44 ସେକେଣ୍ଡର ଭିଡିଓ ଏପର୍ଯ୍ୟନ୍ତ 34 ହଜାରରୁ ଅଧିକ ଥର ଦେଖାଯାଇଛି । ଏହା ସହ ଅନେକ କମେଣ୍ଟ ମଧ୍ୟ ଆସିଛି। ଭିଡିଓ ସେୟାର କରିବାବେଳେ ଗୋଏଙ୍କା କ୍ୟାପସନରେ ଲେଖିଛନ୍ତି, ରୋବଟ କେବଳ ସାନିଟାଇଜର ଦେଇନାହିଁ, ବରଂ ଶାଢୀ ସୋ’ରୁମ ପାଇଁ ଏକ ମଡେଲ ଭାବରେ କାମ କରିଛି।

ABOUT THE AUTHOR

...view details