ବେଙ୍ଗାଲୁରୁ: ସ୍ବାସ୍ଥକର୍ମୀଙ୍କୁ କୋରୋନା ଯୁଦ୍ଧରେ ସାହାଯ୍ୟ କରିବେ ଦୁଇ ରୋବୋଟ । ସ୍ବାସ୍ଥ୍ୟକର୍ମୀଙ୍କୁ ସ୍କ୍ରିନିଂ କରିବା ପାଇଁ ବେଙ୍ଗାଲୁରୁର ଏକ ପ୍ରାଇଭେଟ୍ ହସ୍ପିଟାଲରେ ନିୟୋଜିତ ଅଛନ୍ତି ଦୁଇ ରୋବୋଟ । ଫୋର୍ଟିସ୍ ହସ୍ପିଟାଲର ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ‘ମିତ୍ର’ ରୋବୋଟ ବ୍ୟକ୍ତିର ମୁହଁ ଓ କହିବା ଶୈଳୀକୁ ଲକ୍ଷ କରି କଥାବାର୍ତ୍ତା କରନ୍ତି । ଜ୍ବର, କାଶ ଓ ଥଣ୍ଡା ଭଳି କୋଭିଡ-19 ଲକ୍ଷଣ ପାଇଁ ସ୍କ୍ରିନିଂ କରନ୍ତି। ସେମାନେ ସ୍ବାସ୍ଥ୍ୟସେବା ଯୋଦ୍ଧାମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରନ୍ତି ବୋଲି ମୁଖପାତ୍ର କହିଛନ୍ତି ।
କୋରୋନା ମୁକାବିଲା: ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣରୁ ରକ୍ଷା କରିବ ରୋବୋଟ - ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣରୁ ରକ୍ଷା କରିବ ରୋବଟ୍
ସ୍ବାସ୍ଥକର୍ମୀଙ୍କୁ କୋରୋନା ଯୁଦ୍ଧରେ ସାହାଯ୍ୟ କରିବେ ଦୁଇ ରୋବୋଟ୍ । ସ୍ବାସ୍ଥ୍ୟକର୍ମୀଙ୍କୁ ସ୍କ୍ରିନିଂ କରିବା ପାଇଁ ବେଙ୍ଗାଲୁରୁର ଏକ ପ୍ରାଇଭେଟ୍ ହସ୍ପିଟାଲରେ ନିୟୋଜିତ ଅଛନ୍ତି ଦୁଇ ରୋବୋଟ ।
ପ୍ରଥମ ରୋବୋଟ ରୋଗୀ, ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟମାନଙ୍କ ସମେତ ପରିଦର୍ଶକମାନଙ୍କୁ ଲାଉଞ୍ଜରେ ସ୍କ୍ରିନିଂ କରିଥାଏ । ରୋବୋଟିକ୍ ସ୍କ୍ରିନିଂ ଦୁଇଟି ପର୍ଯ୍ୟାୟରେ କରାଯାଇଥାଏ। ପ୍ରଥମେ ରୋବୋଟ ତାପମାତ୍ରା ଯାଞ୍ଚ ସମେତ ମୌଳିକ ସ୍କ୍ରିନିଂ କରିଥାଏ । ତା’ପରେ କାଶ ଓ ଥଣ୍ଡା ଲକ୍ଷଣ ଉପରେ କିଛି ପ୍ରଶ୍ନ କରିଥାଏ ।
ଯଦି ସ୍କ୍ରିନିଂ ପରେ ତାପମାତ୍ରା କିମ୍ବା ଥଣ୍ଡା, ଜରର ଲକ୍ଷଣ ନଥାଏ ତେବେ ରୋବଟ୍ ଏକ ଅନୁମତି ପାସ୍ ପ୍ରଦାନ କରେ । ଫୋର୍ଟିସ୍ ଜୋନାଲ ନିର୍ଦ୍ଦେଶକ ମନୀଷ ମତ୍ତୁ ଏକ ବିବୃତ୍ତିରେ କହିଛନ୍ତି, ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂକ୍ରମଣ ଭୟ ମହାମାରୀର ମୁକାବିଲାରେ ବାଧା ସୃଷ୍ଟି କରୁଛି, ଯାହା ଆମକୁ ରୋବୋଟିକ୍ ସ୍କ୍ରିନିଂ ଉପରେ ବିଚାର କରିବାକୁ ପ୍ରେରିତ କରିଛି।