ଓଡିଶା

odisha

ETV Bharat / bharat

ରାଜନୀତିରେ ରବର୍ଟ ଭଦ୍ରା ! - ରାଜନୀତି

ରବର୍ଟ ଭଦ୍ରା କହିଛନ୍ତି ଯେ ରାଜନୀତିରେ ଫାଇଦା ପାଇଁ ଏକ ଦଶନ୍ଧିରୁ ତାଙ୍କ ନାମର ବ୍ୟବହାର କରାଯାଉଛି । ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ହଟିଲେ ଦେଶବାସୀଙ୍କ ସେବାରେ ଲାଗି ପାରିବି ବୋଲି କହିଛନ୍ତି ଭଦ୍ରା । ସେ ଆହୁରି କହିଛନ୍ତି ଯେ ତାଙ୍କ ଉପରେ ଆସିଥିବା ଅଭିଯୋଗରେ କୌଣସି ଦମ ନଥିବା ଜାଣିଛନ୍ତି ଦେଶବାସୀ । ଯେଉଁ ଶିଶୁଙ୍କୁ ସାହାଯ୍ୟ କରିଛି ସେମାନଙ୍କ ନିକଟରୁ କିଛି ଶିଖିଛି ଓ ନିଜକୁ ଦୃଢ କରିଛି ।

ଫାଇଲ ଫଟୋ

By

Published : Feb 24, 2019, 11:32 PM IST

ନୂଆଦିଲ୍ଲୀ: କିଛି ଦିନ ତଳେ ରାଜନୀତିରେ ଡେବ୍ୟୁ କରିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେ ସ୍ବାମୀଙ୍କ ପାଳି ପଡିବା ନେଇ ଚାଲିଛି ଚର୍ଚ୍ଚା । ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ ରାଜନୀତିରେ ପ୍ରବେଶ କରି ପାରନ୍ତି । ଏହାର ଇଙ୍ଗିତ ଏକ ଫେସବୁକ ଫୋଷ୍ଟ ମାଧ୍ୟମରେ ସ୍ବଂୟ ଭଦ୍ରା ଦେଇଛନ୍ତି । ରବିବାର ଏକ ଫେସବୁକ ପୋଷ୍ଟ କରି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ଯେ ରାଜନୀତିରେ ଫାଇଦା ପାଇଁ ଏକ ଦଶନ୍ଧିରୁ ତାଙ୍କ ନାମର ବ୍ୟବହାର କରାଯାଉଛି । ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ହଟିଲେ ଦେଶବାସୀଙ୍କ ସେବାରେ ଲାଗି ପାରିବି ବୋଲି କହିଛନ୍ତି ଭଦ୍ରା । ସେ ଆହୁରି କହିଛନ୍ତି ଯେ ତାଙ୍କ ଉପରେ ଆସିଥିବା ଅଭିଯୋଗରେ କୌଣସି ଦମ ନଥିବା ଜାଣିଛନ୍ତି ଦେଶବାସୀ । ଯେଉଁ ଶିଶୁଙ୍କୁ ସାହାଯ୍ୟ କରିଛି ସେମାନଙ୍କ ନିକଟରୁ କିଛି ଶିଖିଛି ଓ ନିଜକୁ ଦୃଢ କରିଛି ।

ଦୃଷ୍ଟିହୀନ ଶିଶୁଙ୍କ ସ୍କୁଲ, ମଦର ଟେରେସା ମିଶନ, ଅନାଥ ଆଶ୍ରମ, ବିଭିନ୍ନ ବିଭିନ୍ନ ଧାର୍ମିକ ସ୍ଥଳ, ହସ୍ପିଟାଲ ଓ ମନ୍ଦିରରେ ଥିବା ଭୋକିଲାଙ୍କ ପେଟକୁ ଦାନା ଯୋଗାଇଛି । ବର୍ଷବର୍ଷ ଧରି ଦେଶର ବିଭିନ୍ନ ଅଂଶରେ ପ୍ରଚାର କରିଛି । ଉତ୍ତର ପ୍ରଦେଶରେ ଅଧିକାଂଶ ବିକାଶମୂଳକ ପଦକ୍ଷେପ ନେଇଥିବା କହିଛନ୍ତି ରବର୍ଟ ।

ଦେଶର ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରିବାକୁ ଭୁଲି ନାହିଁ । କେରଳ ଓ ନେପାଳ ବ୍ୟତୀତ ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢାଇଛି । ଏସବୁରୁ ମିଳିଛି ଆତ୍ମସନ୍ତୋଷ ଓ ଶିକ୍ଷଣୀୟ ପରିଭାଷା । ଦିଲ୍ଲୀ ଓ ରାଜ୍ୟସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜିରା ପାଇଁ ଧାଉଁଛି । ବିଗତ 8ଥର ଇଡିରେ ଜେରା କରାଯାଇଛି । ଆଇନର ସମ୍ମାନରେ ଏସବୁ କରୁଥିବା କହିଛନ୍ତି ରବର୍ଟ ।

ABOUT THE AUTHOR

...view details