ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ଆଶ୍ବସ୍ତି। ସିବିଆଇର ସ୍ବତନ୍ତ୍ର ଅଦାଲତ ଭଦ୍ରାଙ୍କୁ ଅନ୍ତରୀଣ ଜାମିନପ୍ରଦାନ କରିଛନ୍ତି । ଏହି ମାମଲାରେ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ମଧ୍ୟକୋର୍ଟ ଜାମିନପ୍ରଦାନ କରିଛନ୍ତି । 5 ଲକ୍ଷ ଟଙ୍କାର ମୁଚଲିକା ବଦଳରେ କୋର୍ଟ ସେମାନଙ୍କୁ ଜାମିନଦେଇଛନ୍ତି।
ରବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ - money laundering case
ସିବିଆଇର ସ୍ବତନ୍ତ୍ର ଅଦାଲତ ରବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । 5 ଲକ୍ଷ ଟଙ୍କାର ମୁଚଲିକା ବଦଳରେ କୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି।
ଫାଇଲ ଫଟୋ
ତେବେ ଏଥିପାଇଁ କୋର୍ଟ ସେମାନଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ମଧ୍ୟ ରଖିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ଭଦ୍ରା କିମ୍ବା ମନୋଜ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ଏହା ସହିତ ସେମାନଙ୍କୁ ତଦନ୍ତରେ ସହଯୋଗ କରିବାକୁ ପଡିବ । ଏହି ସମୟରେ ପ୍ରମାଣ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଯୋଗ୍ୟ ଯେ, ରବର୍ଟ ବ୍ରିଟେନରେ19 ଲକ୍ଷପାଉଣ୍ଡର ସମ୍ପତ୍ତି କିଣାରେମନିଲଣ୍ଡରିଂ କରିଥିବା ଅଭିଯୋଗ ହୋଇଛି ।