ୱାଂଶିଟନ: ଆସନ୍ତା 24 ତାରିଖରେ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି । ଗସ୍ତ ଅବସରରେ ଏକ 12 ଜଣିଆ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ । ଏହି ପ୍ରତିନିଧି ମଣ୍ଡଳୀରେ ଆମେରିକାର ମୁଖ୍ୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଇନ, ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଦ କୁସନରଙ୍କ ସହ ଅନ୍ୟ ଅଧିକାରୀମାନେ ରହିଛନ୍ତି ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ କରୁଛନ୍ତି । ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନିଥ ଜଷ୍ଟର, ଶକ୍ତି ସଚିବ ଡାନ ବ୍ରୋଉଲିଟେ, ହ୍ବାଇଟ ହାଉସ ଚିଫ ଷ୍ଟାଫ ମାଇକ ମୁଲଭାନେ, ହ୍ବାଇଟ ହାଉସ ବରିଷ୍ଠ ପରାମର୍ଶଦାତା ଷ୍ଟିଫେନ ମିଲର, ହ୍ବାଇଟ ହାଉସ ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ ସ୍କାଭିନୋ, ଆମେରିକା ପ୍ରଥମ ମହିଳାଙ୍କ ମୁଖ୍ୟ ବ୍ୟକ୍ତିଗତ ଅଧିକାରୀ, ହ୍ବାଇଟ ହାଉସ ପରାମର୍ଶଦାତା ରବର୍ଟ ବ୍ଲେୟାର ଓ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ ଷ୍ଟିଫାନେ ଗ୍ରିସମ ପ୍ରମୁଖ ଭାରତ ଗସ୍ତ କରିବେ ।