ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଓ ଆୟକର ବିଭାଗର ପଚରା ଉଚରା ପ୍ରସଙ୍ଗରେ ମୁହଁ ଖୋଲିଲେ ରବର୍ଟ ଭଦ୍ରା। ତାଙ୍କ କାର୍ଯାଳୟରୁ ପ୍ରାୟ 23 ହଜାର କାଗଜପତ୍ର ଯାଞ୍ଚ ସରିଥିବା କଥା ପ୍ରକାଶ କରିଛନ୍ତି ଭଦ୍ରା । ଭଦ୍ରା କହିଛନ୍ତି ଯେ ତାଙ୍କ ଅଫିସ ବାବାଦରେ ତାଙ୍କ ଠାରୁ ମଧ୍ୟ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ କରାଯାଇ ସାରିଲାଣି ।
ସେହିପରି ଉଭୟ ସଂସ୍ଥା ଦ୍ବାରା ଯାହା ତଦନ୍ତ କରାଯାଇଛି ତାକୁ ସହଯୋଗ ମଧ୍ୟ କରାଯାଇଛି । ଆୟକର ବିଭାଗ ଦ୍ବାରା ପଚରା ଯାଇଥିବା ପ୍ରତ୍ୟେକ ପ୍ରଶ୍ନର ସ୍ପଷ୍ଟ ଭାବେ ଉତ୍ତର ରଖିଛି ତାଙ୍କ କମ୍ପାନୀ । ତାଙ୍କ କମ୍ପାନୀ ଦ୍ବାରା ଟ୍ୟାକ୍ସ ଠକେଇ ପରି କାର୍ଯ୍ୟ କରାଯାଇନଥିବା ସେ ପ୍ରକାଶ କରିଛନ୍ତି ।