ପଶ୍ଚିମବଙ୍ଗ: ବର୍ତ୍ତମାନ ଦେଶରେ ମହାମାରୀ କୋରୋନା ହୁ ହୁ ହୋଇ ମାଡି ଚାଲିଥିବା ବେଳେ ବିଭିନ୍ନ ରାଜ୍ୟକୁ ଭୂକମ୍ପର ଝଟକା ଲାଗୁଛି । ତେବେ ଶନିବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଆହୁରି ଭୟଭୀତ କରିଦେବ ।
ସବୁ କିଛି ଠିକ୍ ଥିଲା, ଲୋକମାନେ କିଏ ଘରେ ଥିଲେ ତ ଆଉ କିଏ ବାହାରେ ବୁଲୁଥିଲେ । ହଠାତ୍ ରାସ୍ତାରେ ଫାଟ ସୃଷ୍ଟି ହେବା ସହ ବଡ ବଡ ଗର୍ତ୍ତ ଦେଖା ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।