ଚେନ୍ନାଇ : ତାମିଲନାଡୁର ବ୍ୟସ୍ତ ବହୁଳ ମଧ୍ୟ କୈଳାସ ଜଙ୍କସନର ରାସ୍ତା ମଝିରେ 6 ଫୁଟର ଗାତ । ଗୁରୁବାର ସକାଳୁ ଯାନବାହାନ ଚଳାଚଳ ସବୁଦିନ ପରି ଚାଲିଥିଲା । ହେଲେ ହଠାତ ରାସ୍ତାର କିଛି ଅଂଶ ଭୁଷୁଡି ପଡିଥିଲା । ଆଉ ଭୟଭୀତ ହୋଇଯାଇଥିଲେ ଲୋକେ ।
ଚେନ୍ନାଇ ମଧ୍ୟ କୈଳାସ ଜଙ୍କସନରେ 6 ଫୁଟର ଗର୍ତ୍ତ - hole
ବ୍ୟସ୍ତ ବହୁଳ ମଧ୍ୟ ଚେନ୍ନାଇ କୈଳାସ ଜଙ୍କସନର ରାସ୍ତା ମଝିରେ 6 ଫୁଟର ଗାତ । ଗୁରୁବାର ସକାଳୁ ହଠାତ ସୃଷ୍ଟି ହୋଇଥିଲା ଏହି ଗର୍ତ୍ତ ।
ଫଟୋ ସୌଜନ୍ୟ : ଏଏନଆଇ
ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ସେହି ଅଞ୍ଚଳକୁ ବ୍ୟାରିକେଡ ଲଗାଇ ଯାନବାହନ ଚଳାଚଳ ବନ୍ଦ କରିଛି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ ଯୋଗୁଁ ରାସ୍ତାରେ ଏଭଳି ଫାଟ ଦେଖାଦେଇଥିବା ସନ୍ଦେହ କରାଯାଉଛି ।
ପୂର୍ବରୁ ମେଟ୍ରୋ ରେଳ କାମକୁ ନେଇ ଏଭଳି ଘଟଣା ସାମନାକୁ ଆସିଥିଲା । ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି । 2015ରେ ପ୍ରବଳବର୍ଷା ଯୋଗୁଁ ମଧ୍ୟ କୈଳାସ ରାସ୍ତାରେ ହୋଇଥିଲା ଗର୍ତ୍ତ । ଗତବର୍ଷ ଜାନୁୟାରୀ ମାସରେ ଆନ୍ନା ସରାଇ ଡିଏମଏସ ଜଙ୍କସନରେ 10 ଫୁଟର ଗାତ ହୋଇଥିଲା ।